କନକ ବ୍ୟୁରୋ: ବାଲେଶ୍ୱରରେ ଆୟୋଜନ ହେବ ଖେଳ ମହାକୁମ୍ଭ । ଆସନ୍ତା ଫେବୃଆରୀ ୧୬ ତାରିଖରୁ ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଖେଳ ମହାକୁମ୍ଭର ଆୟୋଜନ ହେବ । ବାଲେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକ୍ ଓ ନଗରରେ ଏହି ଖେଳ ମହାକୁମ୍ଭ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।

Advertisment

୧୬ ତାରିଖରେ ଉଦଘାଟନୀ ଓ ୨୫ ତାରିଖରେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ବାଲେଶ୍ୱର ପରମିଟ ପଡ଼ିଆରେ ଆୟୋଜିତ ହେବ । କବାଡ଼ି, ଭଲିବଲ୍, ଫୁଟବଲ, ଖୋ-ଖୋ, କ୍ରିକେଟ, ଦଉଡ଼ି ଗଣା, ଆଥଲେଟିକ , ମିନି ମାରାଥନ ଏବଂ ଯୋଗାସନ ଆଦିର ପ୍ରତିଯୋଗିତା ଓ ପ୍ରଦର୍ଶନ ହେବ । ବ୍ଲକ୍ ଓ ନଗର ସ୍ତରୀୟ ସମସ୍ତ ପ୍ରକାରର ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର, ଟ୍ରଫି ଓ ନଗଦ ଆର୍ôଥକ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ । ଏଥିପାଇଁ ପ୍ରତିଯୋଗୀଙ୍କୁ ଉଭୟ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ହେବ ।