କନକ ବ୍ୟୁରୋ : ପିଏଫଆଇ ବା ପପୁଲାର ଫ୍ରଣ୍ଟଅଫ୍ ଇଣ୍ଡିଆ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ବଡ ଧରଣର ଚଢାଉ । ଦେଶର ବିଭିନ୍ନ ସ୍ଥାନରେ ରେଡ ରଖିଛି ଏନଆଇଏ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଉତରପ୍ରଦେଶ, କର୍ଣ୍ଣାଟକ. ତାମିଲନାଡୁ ସହ ଏକାଧିକ ସ୍ଥାନରେ ଖୋଲତାଡ କରାଯାଉଛି । ସେପଟେ ଏହି ଅପରେସନ ଉପରେ ଗୃହମନ୍ତ୍ରାଳୟ ତୀକ୍ଷ୍ମ ନଜର ରଖିଛି । ତଦନ୍ତ ଇତିହାସରେ ସବୁଠୁ ବଡ ଧରଣର ରେଡ ବୋଲି କୁହାଯାଉଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଗୁପ୍ତ ତାଲିମ ଦେଉଥିବା ଅଭିଯୋଗରେ ଏହି ଚଢାଉ ଜାରି ରହିଛି ।
ଟେରର ଫଣ୍ଡିଂ ଓ କ୍ୟାମ୍ପ ଚଳାଇବା ଅଭିଯୋଗରେ ଏନଆଇଏ, ଇଡି ଓ ରାଜ୍ୟ ପୋଲିସର ମିଳିତ ଚଢାଉ ଜାରି ରହିଛି । ଦେଶର ବିଭିନ୍ନରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଚଢାଉ କରି ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଦିଲ୍ଲୀ ଅଧ୍ୟକ୍ଷଙ୍କ ସମେତ ୧୦୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି ।
ପିଏଫଆଇ କଣ?
• ୨୦୦୬ ମସିହାରେ ୩ଟି ମୁସଲିମ ସଂଗଠନ ପିଏଫଆଇ ଗଠନ କରିଥିଲେ
• କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ମୁସଲିମ ସଂଗଠନ ଏହାକୁ ଗଠନ କରିଥିଲେ
• ପିଏଫଆଇ ନିଜକୁ ଏକ ଅଣ ଲାଭଦାୟକ ସଂସ୍ଥା ବୋଲି କହେ
• ସଂଗଠନର ସଦସ୍ୟଙ୍କ ତାଲିକା ନାହିଁ
• ୨୦ରାଜ୍ୟରେ ସଂଗଠନର ଶାଖା ରହିଛି
• ସଂଗଠନର ମୁଖ୍ୟାଳୟ କେରଳରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି
• ଓଏମଏ ସଲାମ ସଂଗଠନର ଅଧ୍ୟକ୍ଷ ଓ ଇଏମ ଅବଦୁଲ ରହିମାନ ଉପାଧ୍ୟକ୍ଷ ଅଛନ୍ତି
• ସଂଗଠନର ସଦସ୍ୟଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ରହିଛି
• ବିଜେପି ନେତାଙ୍କ ହତ୍ୟା ପଛରେ ସଂଗଠନର କିଛି ସଦସ୍ୟ ନାଁରେ ମାମଲା ରହିଛି
• ପିଏଫଆଇ ଉପରେ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି, ହତ୍ୟା ମାମଲା, ଦେଶରେ ଘୃଣା ମାହୋଲ ସୃଷ୍ଟି ଅଭିଯୋଗ ରହିଛି
• ସଂଗଠନ ଉପରେ ଆରଏସଏସ ଓ ସିପିଆଇ ନେତାଙ୍କ ହତ୍ୟା ଅଭିଯୋଗ ରହିଛି ।
• ସଂଗଠନ ଉପରେ ଧର୍ମାନ୍ତୀକରଣ ଅଭିଯୋଗ ରହିଛି
୨୦୧୬ ମସିହାର ଏକ ଷ୍ଟିଙ୍ଗ ଅପରେସନର ଏକଥା ମଧ୍ୟ ଖୁଲ୍ଲାସା ହୋଇଥିଲା କି ଦେଶରେ ଇସଲାମିକ ଷ୍ଟେଟ ତିଆରି କରିବା ପିଏଫଆଇର ମୁଖ୍ୟ ଲକ୍ଷ୍ୟ ଥିଲା । ମିଡିଲ ଇଷ୍ଟ ଦେଶର ମୁଖ୍ୟତ ଭାବେ ସଂଗଠନ ପାଖକୁ ଅର୍ଥ ଆସୁଥିଲା ଏପରିକି ଅନ୍ୟ ଦେଶର ଗୁଇନ୍ଦା ସଂସ୍ଥା ମଧ୍ୟ ଫଣ୍ଡି କରୁଥିବା ଉତରପ୍ରଦେଶ ଏସଟିଏଫ ଖୁଲ୍ଲାସା କରିଥିଲା