୨୦୧୯ ନିର୍ବାଚନ ପୂର୍ବରୁ ଚାଷ ଜମିକୁ ଜଳସେଚନ କରିବା ନବୀନଙ୍କ ଟାର୍ଗେଟ, ଉଦଘାଟିତ ହେଲା ବୃହତ ଉଠା ଜଳସେଚନ ପ୍ରକଳ୍ପ ‘ପାର୍ବତୀ ଗିରି’ ।

82

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କର ସବୁଠୁ ବଡ ଜଳ ସେଚନ ପ୍ରକଳ୍ପର ଉଦଘାଟନ ହୋଇଛି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜି ଠାରୁ କାର୍ଯ୍ୟକ୍ଷମ ହେଲା । ୧୯୯ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ତିନି ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ମିଳିବ । ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଆରମ୍ଭ କରାଯାଇଥିବା ୧୭୦ଟି ପ୍ରକଳ୍ପ ମଧ୍ୟରୁ ୪୬ ପ୍ରକଳ୍ପର କାମ ଶେଷ ହୋଇଛି । ଏହା ୯ଟି ଜିଲ୍ଲାର ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ମାର୍ଚ୍ଚ ୨୦୧୯ ଶେଷ ସୁଦ୍ଧା ଆଉ ୯୦ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ଯୋଗାଣର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଯେହେତୁ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ଏଠାରେ ଶତକଡ଼ା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । କାରଣ ଆମ ରାଜ୍ୟ ପ୍ରାକୃତିକ ସମ୍ପଦ ସମ୍ପଦ ଓ ଜଳ ସମ୍ପଦରେ ପରିପୂର୍ଣ୍ଣ । ଜଳ ସମ୍ପଦକୁ ଉପଯୋଗ କରି ଅନେକ ବୃହତ୍ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ରାଜ୍ୟ ସରକାର ବିଭିନ୍ନ ସମୟରେ ଯୋଜନା କରି ତାହାକୁ ସଫଳ ରୂପାୟନ କରିଛନ୍ତି ।

କୃଷକମାନଙ୍କର ଚାଷପଯୋଗୀ ଜମି ଓ ବୃହତ୍ ଜଳ ଭଣ୍ଡାରର ଉପରମୁଣ୍ଡରେ ଥିବା ଚାଷଜମିକୁ ଯାହା ପ୍ରଣାଳୀରେ ଜଳସେଚନ କରିବାର ସୁଯୋଗ ନାହିଁ ସେପରି ଉଚ୍ଚ ଚାଷ ଜମିକୁ ଜଳ ଭଣ୍ଡାର ଓ ନଦୀର ଉଦୃତ ଜଳ ଯାହା ସମୂଦ୍ରରେ ମିଶୁଥିଲା ତାହାକୁ ଏବେ ବ୍ୟବହାର କରି ବୃହତ ଉଠା ଜଳସେଚନ ମାଧ୍ୟମରେ ଯୋଗାଇ ଦିବଆଯିବ ବୋଲି ସରାକର ଲକ୍ଷ୍ୟ ରଖିଛନ୍ତି ।