କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବର ଶହିଦନଗର ସ୍ଥିତ ପ୍ଳଟ ନମ୍ବର ୫୫୨ରେ ଖୋଲିଲା ଓଡ଼ିଶା ବୃହତମ କମ୍ପ୍ୟୁଟର ଓ ଆସେସରିଜ୍ ଡିଷ୍ଟ୍ରିବ୍ୟୁଟର ଇନଫୋଜୋନ୍ । ପ୍ରଥମ ରିଟେଲ୍ ସପ୍ ଯାହା ଓଡ଼ିଶାର ସବୁଠାରୁ ବଡ଼ ଆଇଟି ମଲ୍ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଓଡିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ହିଟ୍ ଯୋଡି ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଇନଫୋଜୋନର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ରାକେଶ ମହାପାତ୍ର ।

Advertisment

ଏହି ଅବସରରେ ସିଇଓ ରାକେଶ ମହାପାତ୍ର କହିଥିଲେ ଯେ ଆମେ ୨୦୦୬ରୁ ଭୁବନେଶ୍ବରରେ କମ୍ପ୍ୟୁଟର ଓ ଆସେସରିଜ୍ ଡିଷ୍ଟ୍ରିବ୍ୟୁଟର ଭାବରେ ଗ୍ରାହକମାନଙ୍କୁ ଉତ୍ତମ ଓ ଉଚିତ ମୂଲ୍ୟରେ ପ୍ରଡକ୍ଟସ ବିକ୍ରୟ କରିବା ସହ ଗ୍ରାହକଙ୍କ ବିଶ୍ବାସ ଭାଜନ ହେବାରେ ସଫଳ ହୋଇଛୁ । ଆମ ରିଟେଲ ସପରେ ସମସ୍ତ ଲୋକପ୍ରିୟ ବ୍ରାଣ୍ଡ ଯେପରିକି ଆସର୍, ଆସସ୍, ଏମ୍ଏସଆଇ, ଡେଲ୍, ଏଚପି, ଲେନେଭୋ , ଗିଗାବାଇଟ, ପ୍ରୋଟ୍ରୋନିକ୍ସ ଓ ଏପସନ୍ ପରି ବହୁ ନାମିଦାମୀ ବ୍ରାଣ୍ଡର କମ୍ପ୍ୟୁଟର ଓ ଆସେସରିଜ୍ ଉପଲବ୍ଧ ଅଛି ।

ଉପସ୍ଥିତ ଅତିଥି ମାନେ ରିଟେଲ ସପର ଉନ୍ନତି କାମନା କରିବା ସହିତ ଏହି ମେଗା ଆଇଟି ମଲରୁ ଗ୍ରାହକମାନେ ଉଚିତ ମୂଲ୍ୟରେ ବିଶ୍ବସ୍ତରୀୟ କମ୍ପ୍ୟୁଟର ଓ ଆସେସରିଜ୍ ଅତି ସହଜରେ ପାଇପାରିବେ ବୋଲି କହିଥିଲେ ।