କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ଲଗାତର ଦ୍ୱିତୀୟ ଥର ପାଇଁ ଶାସନ ଗାଦୀକୁ ଫେରିପାରେ । ମୋଦି ସରକାର ପୁଣି ଥରେ ଦିଲ୍ଲୀ ଆସନ ଅକ୍ତିଆର କରିପାରେ ଏବଂ ଦେଶରେ ପୁଣି ଥରେ ଚାଲିବ ମୋଦି ଲହର । ଏକଥା ଆମେ କହୁ ନାହିଁ ବରଂ ଜାତୀୟ ଗଣମାଧ୍ୟମ ଇଣ୍ଡିଆ-ଟୁଡେ-ଆକ୍ସିସ–ମାଇ-ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲରେ ପ୍ରକାଶ ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ବଡ ଜନମତ ସର୍ଭେରେ ୭୪୨,୧୮୭ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ।
ସର୍ଭେ ମୁତାବକ, ବିଜେପି ଏବଂ ଦଳର ସହଯୋଗୀଙ୍କୁ ୫୪୨ ଲୋକସଭା ଆସନ ମଧ୍ୟରୁ ୩୩୯ଟି ରୁ ୩୬୫ଟି ଭିତରେ ଆସନ ମିଳିପାରେ । ଏହି ସବୁ ଆସନଗୁଡିକ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ଇଣ୍ଡିଆ ଟୁଡେ-ଆକ୍ସିସ-ମାଇ-ଇଣ୍ଡିଆ ପୋଲ ମୁତାବକ, ୟୁପିଏକୁ ଚଳିତ ନିର୍ବାଚନରେ ୭୭ଟି ରୁ ୧୧୦୮ଟି ଆସନ ମିଳିପାରେ । ସେହିଭଳି ଆଂଚଳିକ ଦଳ ତଥା ଅନ୍ୟାନ୍ୟ ଦଳମାନଙ୍କୁ ୬୯ ରୁ୯୫ଟି ଆସନ ମିଳିପାରେ ।
ଏଠାରେ ଆମେ କହି ରଖୁଛୁ କି, ୨୦୧୪ ଲୋକସଭା ନିର୍ବାଚନରେ ଏନଡିଏକୁ ୩୩୬ଟି ଆସନ ମିଳିଥିଲା । ଯେଉଁଥିରେ ଏକାକୀ ବିଜେପି ହିଁ ୨୮୨ଟି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ସେହିଭଳି ୨୦୧୯ରେ ରାଜ୍ୟ ଅନୁସାରେ ଅନୁମାନ ବହୁତ ଚମକାଇଲା ଭଳି ରହିଛି । ଗୁଜୁରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀର ପାଖାପାଖି ସମସ୍ତ ଆସନରେ ବିଜେପିର ବିଜୟ ହେବା ନେଇ ଆଭାସ ମିଳୁଛି ।