ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଜୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବସିଲା ବୈଠକ ।

4,289

କନକ ବ୍ୟୁରୋ: କୋଭିଡ କାଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଯୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଯାଇଛି । ଶହେ ଦିନିଆ ପାଠପଢ଼ା, କୋଭିଡ଼ ଉପରେ ସଚେତନତା, ପରୀକ୍ଷା ଦର୍ପଣ ଏବଂ ସ୍କୁଲର ସୁରକ୍ଷା ଓ ଉନ୍ନତି ଉପରେ ଆଲୋଚନା କରାଯାଇଛି । ରାଜ୍ୟବ୍ୟାପି ଗୋଟିଏ ଦିନ ବୈଠକ କରିବାକୁ ବିଦ୍ୟାଳୟକ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରୀ ସ୍କୁଲ ପ୍ରତି ଉଭୟ ପିଲା ଓ ଅଭିଭାବକମାନଙ୍କୁ ଯତ୍ନବାନ ହେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ବୈଠକରେ ପ୍ରତ୍ୟେକ ସ୍କୁଲ ଶିକ୍ଷାବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଭୁବନେଶ୍ୱର ୟୁନିଟ ୱାନ ସରକାରୀ ଉଚ୍ଚ ବିଦ୍ୟାଳୟ ଏହି ବୈଠକ ବସିଥିଲା ।