Advertisment

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସସପେନ୍ସ ଭିତରେ ଆଜି ବସିବ ରତ୍ନ ଭଣ୍ଡାର କମିଟି ବୈଠକ। କମିଟିର ରିପୋର୍ଟ ପରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର। ପୁରୁଣା କମିଟିକୁ ଭାଙ୍ଗି ନୂଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ନୂଆ କମିଟି ଗଢ଼ିବା ପରେ ରତ୍ନଭଣ୍ଡାର ଖୋଲିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। କେବେ ଖୋଲିବ ରତ୍ନଭଣ୍ଡାର, ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି ହେବ କି ନାହିଁ, ତାହା କମିଟି ବୈଠକରେ ନିଷ୍ପତ୍ତି ହେବ।

୨୦୧୮ରେ ଯେଉଁ ଟିମ୍ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଇଥିଲା, ଚାବି ନମିଳିବାରୁ ଫେରିଆସିଥିଲା। ପରେ କୁହାଗଲା, ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଛି। ତେଣୁ ଏବେ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲିପାରିବେ ତ? ତାକୁ ନେଇ ପ୍ରଶ୍ନ ଉଠିଛି।