ନବୀନ ନିବାସରେ ଟିକେଟ୍ କସରତ । ପୁରୀ, କେନ୍ଦ୍ରାପଡା ପରେ କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ବୈଠକ ।

350

କନକ ବ୍ୟୁରୋ: ନବୀନ ନିବାସରେ ଟିକେଟ୍ କସରତ । ପ୍ରଥମେ ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପରେ ଏବେ କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ଆରମ୍ଭ ହେଇଛି ଆଲୋଚନା । ନବୀନ ନିବାସରେ କୋରାପୁଟ ନେତାଙ୍କୁ ନେଇ ଏହି ବୈଠକ ଆରମ୍ଭ ହେଇଛି । ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତାଙ୍କୁ ନେଇ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ । ଏହି ବୈଠକରେ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ଜଗନ୍ନାଥ ସାରକାଙ୍କ ସହିତ ରବି ନନ୍ଦ, ପ୍ରୀତମ ପାଢୀ, ଭାସ୍କର ରାଓ ଓ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ କୋରାପୁଟ ସଂସଦୀୟ କ୍ଷେତ୍ରରେ ପରାଜୟ ବରଣ କରିଥିଲା ବିଜେଡି । ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ହରାଇଥିଲେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା । ତେଣୁ କୌଣସିମତେ ଏହି ଆସନକୁ ଆଉ ଥରେ ହରାଇବାକୁ ଚାହୁଁନି ବିଜେଡି । ତେଣୁ ଆଶାୟୀ ପ୍ରାର୍ଥୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ଦଳର ସୁପ୍ରିମୋ ଆଲୋଚନା କରୁଛନ୍ତି ।