କନକ ବ୍ୟୁରୋ : ମଠ ଉଚ୍ଛେଦ ନେଇ ପୁରୀ ଜିଲ୍ଳାପାଳ ଓ ୧୫ ଜଣିଆ ସର୍ବଦଳୀୟ କମିଟି ମଧ୍ୟରେ ବସିଥିବା ବୈଠକ ବିଫଳ ହୋଇଛି । ଆଲୋଚନାରୁ କିଛି ନିଷ୍କର୍ସ ବାହାରିପାରିନାହିଁ । ପୁଣି ମଠ ଉଚ୍ଛେଦ କାମ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Advertisment

ଗତକାଲି ବଡ ଆଖଡା ମଠ ଉଚ୍ଚେଦ ବେଳେ ସାଧୁ ସନ୍ଥଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହାକୁ ନେଇ ମଠ ଉଚ୍ଛେଦ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ପୁରୀ ଜିଲ୍ଳାପାଳଙ୍କ ସହ ୧୫ ଜଣିଆ ସର୍ବଦଳୀୟ କମିଟିର ଆଲୋଚନା ହୋଇଥିଲା । ରଜନୈତିକ ନେତାଙ୍କ ସହିତ ଆଇନଜୀବୀ, ସେବାୟତ, ସ୍ୱେଚ୍ଛାସେବୀ, ମଠ ମହନ୍ତ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଗଠନ ହୋଇଛି ସର୍ବଦଳୀୟ କମିଟି ।