ପିସିସି ପଲିଟିକ୍ସ ! ପ୍ରସାଦଙ୍କ କଟକଣାକୁ ଚ୍ୟାଲେଂଜ୍ କଲା ବିଧାୟକ ଦଳ

21

କନକ ବ୍ୟୁରୋ : ପର୍ଯ୍ୟବେକ୍ଷକଙ୍କୁ ଭେଟିବା ନେଇ ପ୍ରସାଦଙ୍କ କଟକଣାକୁ ଚ୍ୟାଲେଞ୍ଜ କରିଛି ବିଧାୟକ ଦଳ । ପ୍ରସାଦ କରିଥିଲେ ଡିଭାଇଡ୍ ଆଣ୍ଡ ରୁଲ ପାଇଁ ଯୋଜନା । ବିଧାୟକ ଥିବା ଜିଲ୍ଲା ସଭାପତି ଥରେ ହି ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ବୋଲି ଜାରି କରିଥିଲେ ଫତୱା । ହେଲେ ଏହା ବିରୋଧରେ ଗର୍ଜିଲା ବିଧାୟକ ଦଳ । ଶୁକ୍ରବାର ପର୍ଯ୍ୟବେକ୍ଷକ ଆସିବା ପୂର୍ବରୁ ବିିରୋଧୀ ଦଳ ନେତାଙ୍କ ଘରେ ବସିଲା ବୈଠକ । ଫତୱା ବିରୋଧରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ । ତିନି ଘଂଟାର ରୁଦ୍ଧଦ୍ୱାର ବୈଠକ ପରେ ଜଣ ଜଣ କରି ବିଧାୟକ ପ୍ରସାଦଙ୍କ ଫତୱା ବିରୋଧରେ ଦେଲେ ରଣହୁଙ୍କାର । ୧୩ ତାରିଖରେ ଏକାଠି ପର୍ଯ୍ୟବେକ୍ଷକଙ୍କୁ ଭେଟି ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିବେ ।

ପଂଚାୟତ ନିର୍ବାଚନରେ ବିଫଳତା ପରେ ବାରମ୍ବାର ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ପିସିସି ପରିବର୍ତନ ପାଇଁ ଫେରାଦ୍ ହୋଇଛି ବିଧାୟକ ଦଳ । ଯେଉଁଥି ପାଇଁ ପର୍ଯ୍ୟବେକ୍ଷକଙ୍କୁ ଆଲୋଚନା ପାଇଁ ପଠାଯାଇଛି । ପର୍ଯ୍ୟବେକ୍ଷକଙ୍କ ଉପରେ ଆଶା ବାନ୍ଧିଛନ୍ତି ବିଧାୟକ ।

ସେପଟେ ପ୍ରସାଦଙ୍କ ସମର୍ଥନରେ ଠିଆ ହୋଇ ସୁରେଶ ରାଉତରାୟ ବିଧାୟକଙ୍କୁ କଟାକ୍ଷ କରିଛନ୍ତି । ଏତେ ଥର ପ୍ରସାଦ ହଟାଓ ନାରା ଦେଇ ବିଧାୟକମାନେ କିଛି ଲାଭ ପାଇ ନାହାନ୍ତି ବୋଲି ସେ ତାତ୍ସଲ୍ୟ କରିଛନ୍ତି । କଂଗ୍ରେସ ଶିବିର ଏବେ ପୁଣି ଚଳଚଂଚଳ ହୋଇଛି । ପ୍ରସାଦ ବନାମ ବିଧାୟକ ଦଳ ପରିସ୍ଥିତିରେ ପର୍ଯ୍ୟବେକ୍ଷକଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ସଂଗଠନ ମଜଭୂତ କରିବା ।