ଶେଷ ହେବ କି ଅଚଳାବସ୍ଥା ? ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା ଆରମ୍ଭ, କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ।

110

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଆଉ ଏହାରି ଭିତରେ ଆଜିକୁ ୩୫ ଦିନରେ ପହଞ୍ଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଞ୍ଜାବରେ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି । ୨ ଦିନରେ ୧୫ ଶହରୁ ଅଧିକ ମୋବାଇଲ ଟାୱାରକୁ କ୍ଷତି ପହଞ୍ଚାଇବା ପରେ ପଂଜାବ ଓ ବିହାରରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।
ଚାଷୀଙ୍କ ଏଭଳି କାର୍ଯ୍ୟ ପାଇଁ ପଞ୍ଜାବରେ ଫୋନ୍ ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରତ ଚାଷୀ ମୋବାଇଲ ଟାୱାରକୁ କ୍ଷତି ନପହଞ୍ଚାଇବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିବେଦନ କରିଥିଲେ । ଚାଷୀଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯିବା ସତ୍ୱେ ଟାୱାର ଗୁଡିକୁ ଭଙ୍ଗା ଯାଉଥିବା ସୂଚନା ମିଳିଛି ।