କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ବସିବ ବୈଠକ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇପାଡ଼ ଗାଁରେ ଦିନ ୧୧ଟାରେ ହେବ ଆଲୋଚନା । ଉପ ଜିଲ୍ଲାପାଳ ସମେତ ସ୍ଥାନୀୟ ତହସିଲଦାର ଓ ଅନ୍ୟ ଅଧିକାରୀ ଏଥିରେ ଯୋଗ ଦେବେ । ଓଡ଼ିଶା ସୀମାରେ ଥିବା ରାଇପାଡ଼ ଗାଁରେ ଆନ୍ଧ୍ର ପଶି ମନମାନି ଚଳାଇଛି ।

Advertisment

ତେଲୁଗୁ ଫଳକ ଲଗାଇ, ସେଠାର ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ସହ ଆବାସ ଯୋଜନାରେ ଘର ବାଣ୍ଟିଥିଲା । ଜିଲ୍ଲା ପ୍ରଶାସନ ଆନ୍ଧ୍ର ସହ ଏହି ବୈଠକ କରି ସମାଧାନ କରିବାକୁ ପ୍ରୟାସ କରିଛି । ଏହି ବୈଠକରେ କୌଣସି ନେତା ବି ବିଧାୟକ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି ।