କନକ ବ୍ୟୁରୋ : ରଥଯାତ୍ରାକୁ ନେଇ ସେବାୟତଙ୍କ ସହ ବୈଠକ । ଗୋଟିଏ ପଟେ ଛତିଶାନିଯୋଗ ସଦସ୍ୟଙ୍କ ସହ ଏସପିଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟପଟେ ନୀତିକାନ୍ତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ କରାଯାଇଛି । ଏଥିରେ ନୀତିକାନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସେବାୟତ ସାହିର ସମସ୍ୟା ନେଇ ଆଲୋଚନା କରାଯାଇଛି ।

Advertisment

ସ୍ନାନ ଯାତ୍ରା ଭଳି ରଥଯାତ୍ରା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତି କିଭଳି ଶୃଙ୍ଖଳିତ ଭାବେ କରାଯିବ ସେନେଇ ଆଲୋଚନା କରାଯାଇଛି । ଜିଲ୍ଲାପଳାଙ୍କ ବୈଠକରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି । ରଥ ବେଳେ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରିବାକୁ ଗୁରୁତ୍ୱ ଦିଆଯାଇଛି ।