ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଯୁକ୍ତ ମୋର୍ଚ୍ଚା ବୈଠକ । ୨୪ଲଢ଼େଇରେ ଭୂମିକା ଓ ଗ୍ରାଉଣ୍ଡରେ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ ସେ ନେଇ ଆଲୋଚନା

91

କନକ ବ୍ୟୁରୋ : ଆଜି ସଂଯୁକ୍ତା ମୋର୍ଚ୍ଚା ବୈଠକ କରୁଛି ବିଜେପି । ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ । ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ । ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଏସଟି ମୋର୍ଚ୍ଚା, ଏସି ମୋର୍ଚ୍ଚା, ଓବିସି ମୋର୍ଚ୍ଚାର ସଭାପତି ଉପସ୍ଥିତ ରହିବେ ।

ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ ମଧ୍ୟ ଉପସ୍ଥିତ ରହିବେ । ବୁଥ ସ୍ତରରୁ ବିଜେପି କିଭଳି ୫୦ ପ୍ରତିଶତ ଭୋଟ ହାତେଇବ, ମୋର୍ଚ୍ଚାର ଭୂମିକା କ’ଣ ରହିବ, କୋର କମିଟିରେ ହୋଇଥିବା ନିଷ୍ପତି ଉପରେ ଆଜି ଆଲୋଚନା ହେବ । କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନାକୁ ଗ୍ରାଉଣ୍ଡରେ କିଭଳି ପହଂଚିବ, ରାଜ୍ୟ ସରକାରଙ୍କ ବିଫଳତା କିପରି ଲୋକଙ୍କ ପାଖରେ ପହଂଚିବାକୁ ନେଇ ରଣନୀତି ପ୍ରସ୍ତୁତ ହେଉଛି । ଆଜିର ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପିର ଉପସଭାପତି, ସାଧାରଣ ସଂପାଦକ ଉପସ୍ଥିତ ରହିବେ ।