କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । କେବଳ ଭାରତରେ ନୁହେଁ ଅନ୍ୟରାଷ୍ଟ୍ରରେ ମଧ୍ୟ ଚର୍ଚ୍ଚିତ ବିଷୟ ପାଲଟିଛି । ସୋମବାର ଏହି ଆନ୍ଦୋଳନରେ ଆସିଛି ନୂଆ ମୋଡ । ମାସେରୁ ଅଧିକ ସମୟରେ ଧରି ଯେଉଁ ୩ଜଣ କୁସ୍ତିଯୋଦ୍ଧା ଆନ୍ଦୋଳନର ମଙ୍ଗ ଧରିିଥିଲେ ସେମାନେ ନିଜ ନିଜ ଚାକିରିରେ ପୁଣି ଯୋଗଦେଇଛନ୍ତି ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଚର୍ଚ୍ଚା ହେଉଛି ବୋଧହୁଏ କୁସ୍ତିଯୋଦ୍ଧା ଆନ୍ଦୋଳନକୁ ଓହରିବାକୁ ଯାଉଛନ୍ତି । ଏହାର ଉତ୍ତର ରଖି ଟୁଇଟ କରି କୁସ୍ତିଯୋଦ୍ଧା କହିଛନ୍ତି ନ୍ୟାୟ ପାଇବା ପାଇଁ ସେମାନଙ୍କ ଆନ୍ଦୋଳନ ଜାରି ରହିବ । ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ଏଫଆଇଆର କୌଣସି ପରିସ୍ଥିିିତିର ପ୍ରତ୍ୟାହାର କରାଯିବନି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟେ ପଟେ ୩ଜଣ ମୁଖ୍ୟ କୁସ୍ତିଯୋଦ୍ଧାଙ୍କ କାମକୁ ଫେରିବା ନିଷ୍ପତି ପଛରେ ପ୍ରମୁଖ କାରଣ ରବିବାର ବୈଠକ ବୋଲି କୁହାଯାଉଛି । ରବିବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାତି ୧୧ଟାରେ ଭେଟିଥିଲେ କୁସ୍ତିଯୋଦ୍ଧା । ୨ଘଂଟାର ଆଲୋଚନା ପରେ କୁସ୍ତିଯୋଦ୍ଧାଙ୍କୁ ଶାହା ନିରପେକ୍ଷ ତଦନ୍ତର ଆଶ୍ୱସନା ଦେଇଥିବା କୁହାଯାଉଛି । ଏଥିସହ ଆଇନ ଉପରେ ଭରଷା ରଖିବାକୁ ଗୃହମନ୍ତ୍ରୀ କହିଥିଲେ ।
କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ବ୍ରିଜଭୂଷଣ ବାରମ୍ବାର ଖଣ୍ଡନ କରି ଆସୁଛନ୍ତି । ଦୋଷୀ ପ୍ରମାଣ ହେଲେ ଫାଶିଖୁଂଟରେ ଝୁଲିବାକୁ ସେ ପ୍ରସ୍ତତ ଥିବା ମଧ୍ୟ କହୁଛନ୍ତି । ସେପଟେ ଯୌନଶୋଷଣ ଅଭିଯୋଗ ଆଣି କୁସ୍ତିଯୋଦ୍ଧା ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଛନ୍ତି । ଏମାନଙ୍କ ବଳ ବଢାଇ ବିଭିନ୍ନ ରାଜନୈତିକ ଦଳ, ଖେଳାଳୀ ଓ ଶିଳ୍ପପତି, ଯୋଗଗୁରୁଙ୍କ ସମେତ ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତି ସମର୍ଥନ ଜଣାଉଛନ୍ତି । ଏବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କେଉଁ ଦିଗକୁ ଯାଉଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ।