ଦିଲ୍ଲୀ ହିଂସାର ଦେବଦୂତ : ହିଂସା ଭିତରେ ଲୋକଙ୍କ ପାଇଁ ହିତକାଂକ୍ଷୀ ପାଲଟିଲେ ବାପା-ପୁଅ , ବଂଚାଇଲେ ୮୦ ଲୋକଙ୍କ ଜୀବନ ।

380

୪ ଦିନର ଅଶାନ୍ତ ଭିତରେ ଶାନ୍ତି ପଡିଛି ଭାରତର ରାଜଧାନୀ ଦିଲ୍ଲୀ । ଜନଜୀବନ ସମ୍ପୁର୍ଣ୍ଣ ରୁପେ ନହେଲେ ମଧ୍ୟ ପୂର୍ବବସ୍ଥାକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ପ୍ରଶାସନ ପକ୍ଷରୁ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ପରିସ୍ଥିତି ସାମାନ୍ୟ ହେଲା ସମୟରେ ଲୋକମାନେ ନିଜ ଉପରେ ହୋଇଥିବା ଅତ୍ୟାଚାରର ଦୁଃଖ ବଖାଣୁଛନ୍ତି । ଏଭଳି ସମୟରେ ଏମିତି କିଛି ଲୋକଙ୍କ ନାଁ ସାମ୍ନାକୁ ଆସୁଛି ଯେଉଁମାନେ ନିଜର ଅଦମ୍ୟ ସାହସ ଦେଖାଇ ହିଂସକ ଭିଡ ଭିତରୁ କିଛି ଲୋକଙ୍କୁ ବଂଚାଇବାରେ ସଫଳ ହୋଇଛନ୍ତି । ଫେବୃୟାରୀ ୨୪ ଗୋକୁଲପୁରୀ ଅଞ୍ଚଳର ହିଂସକ ଭିଡ ଭିତରେ ଦୁଇଜଣ ବ୍ୟକ୍ତି ବାପା-ପୁଅ ଚୁପଚାପ୍ ମାନବିକତାର ଉଦାହରଣ ଦେଲା ଭଳି କାମ କରିଛନ୍ତି । ବାପା-ପୁଅ ମିଶି ଉକ୍ତ ଅଞ୍ଚଳରେ ଫସିଥିବା ୭୦ ରୁ ଅଧିକ ମୁସଲମାନ ଭାଇଭଉଣୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଥିଲେ ଏବଂ ତାଙ୍କ ଜୀବନ ବଂଚାଇଥିଲେ ।

ସୂଚନାନୁସାରେ , ମୋହିନ୍ଦର ସିଂହ ନିଜ ପୁଅ ବାଇକ୍ ସାହାଯ୍ୟରେ ଗୋକୁଲପୁରୀ ବଜାରରୁ କର୍ଦମପୁରୀ ପହଁଚାଇଥିଲେ । ମୋହିନ୍ଦରଙ୍କ ପୁଅ ଇନ୍ଦ୍ରଜିତ୍ ସିଂହ ପଡୋଶୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଏକ ରିପୋର୍ଟ ମୁତାବକ , ସେ ନିଜ ବାଇକ୍ ଏବଂ ସ୍କୁଟି ମାଧ୍ୟମରେ ୬୦ ରୁ ୮୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଁଚାଇଥିଲେ । ମୋହିନ୍ଦରଙ୍କ ଗୋଟିଏ ଇଲେକ୍ଟ୍ରୋନିକ୍ସ ଦୋକାନ ରହିଛି । ସେ କୁହନ୍ତି , ମୋତେ ସେତେବେଳେ ହିନ୍ଦୁ-ମୁସଲିମ୍ ବୋଲି କିଛି ଦେଖାଯାଉନଥିଲେ କେବଳ ଲୋକ ଦେଖାଯାଉଥିଲେ । ମୁଁ ଭିଡ଼ ଭିତରେ ଗୋଟିଏ ଛୁଆକୁ ଦେଖିଲି ସେ ମୋତେ ମୋ ଛୁଆ ଭଳି ଦେଖାଗଲା ତେଣୁୁ ମୁଁ ବିଳମ୍ବ ନକରି ସାହାଯ୍ୟ କରିବା ପାଇଁ ହାତ ବଢାଇଥିଲି ।