ଜୀବନରେ ଏଭଳି ଅନେକ ମନୋରମ ସୂକ୍ଷ୍ମ କାର୍ଯ୍ୟ ହୋଇଥାଏ ଯାହାକୁ ଆମ ଆଖି ଦେଖିବାରୁ ବଂଚିତ ହୁଏ । ପକ୍ଷୀମାନଙ୍କ ଖାଦ୍ୟ ଖାଇବା ଭଳି ଦୃଶ୍ୟ ହେଉ କି କାକର ବୁନ୍ଦାକୁ ପାଖରୁ ଦେଖିବା ଭଳି ଦୃଶ୍ୟ ହେଉ ଏସବୁ ମୁହୂର୍ତ୍ତକୁ ଆମେ ଦେଖିପାରୁ ନାହୁଁ । କିନ୍ତୁ ୨୦ ବର୍ଷୀୟ ଶଶିକୁମାର ଏଭଳି ସୂକ୍ଷ୍ମ ମୁହୂର୍ତ୍ତକୁ ନିଜ ମୋବାଇଲ୍ କ୍ୟାମେରାରେ ସାଇତି କରି ରଖିଛନ୍ତି । ସେ ବି ସେହି ସ୍ମାର୍ଟଫୋନ୍ ରେ ଯେଉଁଥିରେ ଆପଣ ଏବେ ଏହି ଲେଖଟିକୁ ପଢୁଛନ୍ତି । ଆଜ୍ଞା ହଁ , ସ୍ମାର୍ଟଫୋନ୍ ରେ ଉତ୍ତୋଳନ ହେଉଛି ମିନି ଫଟୋ । ଏହିଭଳି ଫଟୋଗ୍ରାଫିକୁ ‘ମାକ୍ରୋ ଫଟୋଗ୍ରାଫି’ ବୋଲି କୁହାଯାଏ ।
ଶଶିକୁମାର ଏହି ଫଟୋଗୁଡିକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ସେୟାର୍ କରନ୍ତି । ଇନଷ୍ଟାଗ୍ରାମ୍ ରେ ୧୯ ହଜାର ଫଲୋଅର୍ସ ଥିବା ଶଶି କୁହନ୍ତି ମାକ୍ରୋ ଫଟୋଗ୍ରାଫି ପାଇଁ ଅଧିକ ଜରୁରୀ ହେଉଛି ମୁଭମେଣ୍ଟ୍ । ବେଷ୍ଟ୍ ସଟ୍ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଅପେକ୍ଷା ପରେ ହିଁ ମିଳିଥାଏ ପରଫେକ୍ଟ ସଟ୍ । ୨୦ ବର୍ଷୀୟ ଏହି ଫଟୋଗ୍ରାଫରଙ୍କ ଫଟୋ ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି । ଇଞ୍ଜିନିୟରିଂ ପାଠ ପଢୁଥିବା ଶଶି ସଫ୍ଟୱେୟାର୍ ଡେଭଲପର୍ ହେବାକୁ ଚାହାଁନ୍ତି । ତାଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ୍ ଦେଖିଲେ ଲାଗେ ଯେ ସେ ଛୋଟ ଛୋଟ କୀଟପତଙ୍ଗଙ୍କ ଫଟୋ ଉତ୍ତୋଳନ କରନ୍ତି ।
ଜଣେ ଫଟୋଗ୍ରାଫରଙ୍କ ଗୁରୁ ହେଉଛିି ଫଟୋ । ଶଶି କୁହନ୍ତି, ସେ ନିଜ ଫଟୋ ଦ୍ୱାରା ହିଁ ଅନେକ କିଛି ଶିଖନ୍ତି । ମୋବାଇଲ୍ ରେ ଲେନ୍ସ ଲଗାଇ ସେ ଏହି ସବୁ ଫଟୋ ଉତ୍ତୋଳନ କରନ୍ତି । ବର୍ତ୍ତମାନ ସମୟରେ ମାକ୍ରୋ ଫଟୋଗ୍ରାଫିର ଚାହିଦା ସେତେ ନଥିଲେ ମଧ୍ୟ ଆଗକୁ ଏହା ଯୁବସମାଜ ପାଇଁ ଭିନ୍ନ ଏକ ଉଜ୍ଜ୍ୱଳ ଭବିଷ୍ୟତର ମାଧ୍ୟମ ହୋଇପାରିବ ବୋଲି କୁହାଯାଇପାରିବ ।
ଏଭଳି ଅନେକ ପ୍ରତିଭା ଅଛନ୍ତି ଯେ ନିଜ ମୋବାଇଲ୍ ମାଧ୍ୟମରେ ବିଚକ୍ଷଣ ଫଟୋ ଉତ୍ତୋଳନ କରନ୍ତି ସେମାନଙ୍କ ପାଇଁ “ମାକ୍ରୋ ଫଟୋଗ୍ରାଫି” ନୂଆ ଆଶା ସାଜିବ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/MICRO.jpg)
/kanak/media/post_attachments/wp-content/uploads/2020/02/indianphotographermacrofeattttt-800x420-300x158.jpg)