ଚୀନ୍ ରେ କାଳର ଖେଳ ଖେଳୁଛି କରୋନା ଭୁତାଣୁ । ୮୦୩ ଜଣଙ୍କ ମୁଣ୍ଡ ନେଇ ମଧ୍ୟ ଶାନ୍ତି ପଡିନି କରୋନା ଆହୁରି ହଜାରରୁ ଅଧିକ ଲୋକଙ୍କୁ ଜାବୁଡି ଧରିଛି ଏହି ଭୟଙ୍କର ଭୁତାଣୁ । ଜୀବନଘାତକ ଭୁତାଣୁକୁ ରୋକିବାକୁ ଲାଗିପଡିଛନ୍ତି ଗବେଷକ, ଡାକ୍ତର , ବୈଜ୍ଞାନିକ ସବୁ । ତେବେ ଏହି ସମୟରେ ସମୟକୁ ଖୁବ୍ ଗୁରୁତ୍ୱ ଦେଉଛନ୍ତି ଡାକ୍ତର । କାରଣ ପ୍ରତି ୫ ମିନିଟରେ ଜଣଙ୍କ ଜୀବନ ନେଇଯାଉଛି କରୋନା । ଏହି ସମୟରେ ଆଲର୍ଟ ରହୁଛନ୍ତି ଡାକ୍ତର । ଜଣେ ଡାକ୍ତର ତ ନିଜ ବିବାହରେ ମାତ୍ର ୧୦ ମିନିଟର ସମୟ ନେଇଛନ୍ତି । କରୋନା ଭାଇରସ୍ ରେ ଆକ୍ରାନ୍ତ ଥିବା ରୋଗୀଙ୍କ ଚିକିତ୍ସା କରିବା ପାଇଁ ବିବାହକୁ ମାତ୍ର ୧୦ ମିନିଟ୍ ଭିତରେ ଶେଷ କଲେ ଏହି ଚୀନୀ ଡାକ୍ତର ।
ଡାକ୍ତର ଲି.ଜିଙ୍ଗକ୍ୱିୟାଙ୍ଗ୍ ଏବଂ ୟୁ ହୋଙ୍ଗୟାନ୍ ଙ୍କ ବିବାହ ଜାନୁଆରୀ ୩୦ ତାରିଖରେ ଥିଲା । ନବଦମ୍ପତୀ ପୂର୍ବରୁ ହିଁ ଆଲୋଚନା କରିଥିଲେ ଯେ ଦୁହେଁ ସାଧାରଣ ବିବାହ କରିବେ ଏବଂ ଖୁବ୍ କମ୍ ସମୟରେ ବିବାହ କରି ଡାକ୍ତରଖାନାରେ ପହଁଚିବେ । ଲି ପେସାରେ ଡାକ୍ତର ହୋଇଥିବାରୁ ସେ ବିବାହର ତୁରନ୍ତ ବାଦେ ଡାକ୍ତରଖାନା ଯାଇଥିଲେ । ଦମ୍ପତୀ ବିବାହ ଦିନ ଏକ ସଙ୍ଗେ ଭୋଜନ ମଧ୍ୟ କରିପାରିନଥିଲେ । ବିବାହରେ ମାତ୍ର ୩ ଜଣ ଲୋକ ସାମିଲ୍ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/Untitled-17.jpg)
/kanak/media/post_attachments/wp-content/uploads/2020/02/BIgimage_5e380dc533cf0_5e3a79fe475a2-300x140.jpg)