ଦୃଷ୍ଟିହୀନ ହେଲେ ବି ସକ୍ଷମ । ନିଜର ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ତାଙ୍କୁ ସଫଳତାର ଶିଖରରେ ପହଁଚାଇଛି । ସେ ହେଉଛନ୍ତି ମହାରାଷ୍ଟ୍ର ଔରଙ୍ଗାବାଦର ବାସିନ୍ଦା ନିକେଲ ଦଲାଲ । ସାରା ଦେଶ ପାଇଁ ପ୍ରେରଣା ପାଲଟିଛନ୍ତି ୩୮ ବର୍ଷିୟ ନିକେଲ । ସେ ପ୍ରଥମ ଦୃଷ୍ଟିହୀନ ଭାରତୀୟ ଆଥଲେଟିକ୍ ଆଇରନ ମ୍ୟାନ ଟ୍ରାୟଥଲାଁନ ହୋଇ ନିଜ ସ୍ୱପ୍ନକୁ ପୁରା କରିଛନ୍ତି । ସୂଚନାନୁସାରେ, ତାଙ୍କୁ ଏହି ରେସରେ ୧.୯ କି.ମି ଅତିକ୍ରମ କରିବାକୁ ପଡିଥିଲା । ଏଥିପାଇଁ ତାଙ୍କୁ ୯୦ କି.ମିର ସାଇକେଲିଙ୍ଗ ଓ ୨୧.୧ କି.ମିର ଦୌଡ ଲଗାଇବାକୁ ପଡିଛି । ଏହି ଦୌଡକୁ ୮ ଘଣ୍ଟାରେ ବିନା ବ୍ରେକରେ ପୁରା କରିବାକୁ ହୋଇଥାଏ । ଦୁବାଇର ଏହି ଦୌଡରେ ତାଙ୍କୁ ୨୭ ବର୍ଷିୟ ଅହରାମ ଶେଖ ସାଥ୍ ଦେଇଛନ୍ତି । ୭ ଘଣ୍ଟା ୪୪ ମିନିଟ ଭିତରେ ବିନା ବିଶ୍ରାମରେ ସେ ଏହି ଦୌଡକୁ ପୁରା କରିଛନ୍ତି ।/kanak/media/post_attachments/wp-content/uploads/2020/02/page-o-2-300x157.jpg)
ରେସକୁ ଜିତିବା ପୂର୍ବରୁ ନିକେଲ ଗତ ଚାରି ମାସ ହେବ କଡା ଅଭ୍ୟାସ ଜାରି ରଖିଥିଲେ । ନିକେଲ ଦଲାଲ ଦିବ୍ୟାଙ୍ଗ ଆଥଲେଟିକ୍ କାଟେଗୋରୀରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହା ତାଙ୍କର ଆଇରନ ମ୍ୟାନ୍ ଟ୍ରାୟଥଲାଁନ ପାଇଁ ପ୍ରଥମ ପ୍ରୟାସ ଥିଲା । ସୂଚନା ମୁତାବକ, ନିକେଲ ଦଲାଲ ଜଣେ ପ୍ରୋଫେସନାଲ ସ୍ପିଚ ଥେରାପିଷ୍ଟ । ସେ ପୁନେରେ କମ୍ପୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି । ଦୁଇ ଜଣ ଆଥଲେଟଙ୍କ କୋଚ ହେଉଛନ୍ତି ଚୈଚନ୍ୟା ବେଲହାଲ । କୋଚଙ୍କ କହିବାନୁସାରେ, ଦୁଇ ଆଥଲେଟ ଫିଲ୍ଡରେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ରେସ ପୂର୍ବରୁ ପ୍ରଥମ ରାଉଣ୍ଡରେ ଖୋଲା ସମୁଦ୍ରରେ ପହଁରିବାକୁ ହୋଇଥାଏ । ରେସର କଠିନ ସମୟ ଏହିଠାରୁ ଆରମ୍ଭ ହୋଇଥାଏ । ପ୍ରଥମ ରାଉଣ୍ଡରେ ନିକେଲ ଓ ଅହରାମଙ୍କୁ ୧୦୦ ପ୍ରତିଯୋଗୀଙ୍କ ସହ ମୁକାବିଲା କରିବାକୁ ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/RUN.jpg)
/kanak/media/post_attachments/wp-content/uploads/2020/02/Arham-and-Niket-on-Tandem-300x199.jpg)