ବିଶ୍ୱର ସବୁଠାରୁ ବଡ ପ୍ରତିମା ‘ ଷ୍ଟାଚ୍ୟୁ ଅଫ୍ ୟୁନିଟି’ କୁ ନିର୍ମାଣ କରିବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ ! ଯାହାଙ୍କ କଳାକୃତିକୁ ଗୋଟିଏ ନଜରରେ ପସନ୍ଦ କରିଥିଲେ ପ୍ରଧାନମନ୍ତ୍ରୀ ।

231

ଆଜି ସମ୍ପୁର୍ଣ୍ଣ ଦେଶରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୩୭ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଦେଶର ପ୍ରଥମ ଗୃହମନ୍ତ୍ରୀ ଏବଂ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ମାନରେ ପ୍ରସ୍ତୁତ ହୋଇଥିବା ୧୮୨ ମିଟରର ବିଶାଳ ପ୍ରତିମୂର୍ତ୍ତି ‘ ଷ୍ଟାଚ୍ୟୁ ଅଫ୍ ୟୁନିଟି ’ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା । କିନ୍ତୁ ଏହା ଭିତରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଦୁନିଆର ସବୁଠାରୁ ବଡ ମୂର୍ତ୍ତିକୁ ପ୍ରସ୍ତୁତ କରିଥିବା ବ୍ୟକ୍ତି ଜଣକ କିଏ?

 

ବିଶ୍ୱର ସବୁଠାରୁ ବଡ ପ୍ରତିମା ପ୍ରସ୍ତୁତ କରିଛନ୍ତି ରାମ ବି ସୁତାର ।

ବିଶାଳକାୟ ମୂର୍ତ୍ତି ତିଆରି କରିବାରେ ପାରଙ୍ଗମ ୯୩ ବର୍ଷୀୟ ରାମ ବି ସୁତାର ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ‘ ଷ୍ଟାଚ୍ୟୁ ଅଫ୍ ୟୁନିଟି ’ ର ନିର୍ମାଣ କରିଥିବା ଶିଳ୍ପକାର ରାମ ବି ସୁତାରଙ୍କୁ ଭାରତ ସରକାର ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପଦରେ ସମ୍ମାନିତ କରିସାରିଛନ୍ତି । ଜେଜେ ସ୍କୁଲ ଅଫ୍ ଆର୍ଟସରୁ ପାଠପଢା ଶେଷ କରି ଆର୍କିୟୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ସହ ମିଶି ସେ ପ୍ରଥମେ ଏଲୋରା ଗୁମ୍ଫାରୁ ନିଜ କାମ ଆରମ୍ଭ କରିଥିଲେ । ଏହାର କିଛି ବର୍ଷ ପରେ ସେ ମୂର୍ତ୍ତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ ।

 

ମହାତ୍ମାଙ୍କ ପ୍ରେରଣାରେ ପ୍ରେରିତ ରାମ ବି ସୁତାର ।

ମହାତ୍ମା ଗାନ୍ଧୀଙ୍କ ମାର୍ଗରେ ପ୍ରେରିତ ରାମ ବି ସୁତାର । ତାଙ୍କ କହିବାନୁସାର ଗାନ୍ଧୀ ଯେତେବେଳେ ବିଦେଶୀ କପଡା ବର୍ଜନ କରିବା ପାଇଁ ଲୋକଙ୍କୁ କହୁଥିଲେ ସେତେବେଳେ ସେ ଧୁଲିଆ ଗାଁ କୁ ଆସିଥିଲେ । ସେଠାରେ ରାମ ବି ସୁତାର ତାଙ୍କୁ ଭେଟିଥିଲେ । ଗାନ୍ଧୀଙ୍କ ଦ୍ୱାରା ପ୍ରେରିତ ହୋଇ ସେ ନିଜ ଟୋପୀକୁ ମଧ୍ୟ ଜଳାଇ ଦେଇଥିଲେ । ଏହା ପରେ ଦିଲ୍ଲୀ ଆସି ମଧ୍ୟ ସେ ଗାନ୍ଧୀଙ୍କ ସହ ମିଶିଥିଲେ ଏବଂ ଗାନ୍ଧୀଙ୍କ ମାଧ୍ୟମରେ ସେ ଜବାହାରଲାଲ ନେହେରୁଙ୍କ ସହ ସାକ୍ଷାତକାର କରିଥିଲେ । ତାଙ୍କ କହିବାନୁସାର ଏବେ ପର୍ଯ୍ୟନ୍ତ ସେ ଅଧିକ ମୂର୍ତ୍ତି ଗାନ୍ଧୀଙ୍କର ପ୍ରସ୍ତୁତ କରିଛନ୍ତି । ତେବେ ମଉକା ମିଳିଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂର୍ତ୍ତି ମଧ୍ୟ ପ୍ରସ୍ତୁତ କରିବେ ।

 

ନିଜ କଳାକୃତି ମାଧ୍ୟମରେ ମୋଦିଙ୍କୁ ପ୍ରଭାବିତ କରିଥିଲେ ରାମ ବି ସୁତାର ।

ରାମ ବି ସୁତାର ଏବେ ପର୍ଯ୍ୟନ୍ତ କେତେ ମୂର୍ତ୍ତି ପ୍ରସ୍ତୁତ କରିସାରିଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଏହି ଖବର ମିଳିଲା ସେ ମୂର୍ତ୍ତିର ଏକ ନମୂନା ପ୍ରସ୍ତୁତ କରିବାକୁ କହିଥିଲେ । ରାମ ସୁତାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ଛୋଟ ଆକାରର ମୂର୍ତ୍ତିକୁ ପ୍ରସ୍ତୁତ କରି ମୋଦିଙ୍କ ପାଖକୁ ପଠାଇଥିଲେ । ନିଜ କଳାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରିଥିବା ଶିଳ୍ପୀ ଆଜି ବିଶ୍ୱର ସବୁଠାରୁ ବଡ ପ୍ରତିମୂର୍ତ୍ତି ତିଆରି କରିବାରେ ସଫଳ ହେଲେ । ଏହି ଯୋଜନାରେ ତାଙ୍କ ପୁଅ ମଧ୍ୟ ବାପାଙ୍କ ସାଥ୍ ଦେଲେ ।