କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦେଶର ବିଶିଷ୍ଟ ଶିଳ୍ପପତିି ତଥା ଆର୍ସେଲର ମିତଲ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତଲ । ପାଖାପାଖି ଏକ ଘଂଟା ଧରି ନବୀନ ନିବାସରେ ଭିତରେ ରହିଥିଲେ ଲକ୍ଷ୍ମୀ ମିତଲ । ଓଡ଼ିଶା ଗସ୍ତରେ ଥିବା ମିତଲ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ସେ ଆର୍ସେଲର-ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ପରିଦର୍ଶନ କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

Advertisment

୫୦ ହଜାର କୋଟି ଟଙ୍କା ବ୍ୟୟରେ ସେଠାରେ ଏହି ପ୍ରକଳ୍ପ ପାଇଁ ଯୋଜନା ରହିଛି  । ଚଳିତମାସ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ନିପ୍ପନ ଷ୍ଟିଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା  । ଏହା ପରେ ପାରାଦିପ ବନ୍ଦର ପ୍ରଶାସନିକ ଭବନରେ ପହଂଚି ବନ୍ଦର କର୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।