କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦେଶର ବିଶିଷ୍ଟ ଶିଳ୍ପପତିି ତଥା ଆର୍ସେଲର ମିତଲ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତଲ । ପାଖାପାଖି ଏକ ଘଂଟା ଧରି ନବୀନ ନିବାସରେ ଭିତରେ ରହିଥିଲେ ଲକ୍ଷ୍ମୀ ମିତଲ । ଓଡ଼ିଶା ଗସ୍ତରେ ଥିବା ମିତଲ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ସେ ଆର୍ସେଲର-ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ପରିଦର୍ଶନ କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
୫୦ ହଜାର କୋଟି ଟଙ୍କା ବ୍ୟୟରେ ସେଠାରେ ଏହି ପ୍ରକଳ୍ପ ପାଇଁ ଯୋଜନା ରହିଛି । ଚଳିତମାସ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ନିପ୍ପନ ଷ୍ଟିଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହା ପରେ ପାରାଦିପ ବନ୍ଦର ପ୍ରଶାସନିକ ଭବନରେ ପହଂଚି ବନ୍ଦର କର୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/8-22.jpg)