ପ୍ରଥମ ଥର ପାଇଁ ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରେ ମୃତୟନ ହେଲେ ମହିଳା ସେନାଧିକାରୀ । ସିଆଚୀନ ଗ୍ଲେସିୟରରେ ବୀରତ୍ୱ ଦେଖାଇବେ ମହିଳା ସେନାଧିକାରୀ କ୍ୟାପଟେନ ଶିବା ଚୌହାନ

131

କନକ ବ୍ୟୁରୋ : ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟର । ବରଫରେ ଆଚ୍ଛାଦିତ ହୋଇଥିବା ପାହାଡ । ହାଡ ଭାଙ୍ଗିଦେଲା ଭଳି ଥଣ୍ଡା । ମାଇନସ ୪୨ ଡିଗ୍ରୀ ତଳେ ରହୁଥିବା ତାପମାତ୍ରା । ଏହା ଭିତରେ ଦିନ ଦିନ ଧରି ଛିଡା ହୋଇ ଦେଶର ସୁରକ୍ଷା କରୁଛନ୍ତି ଯବାନ । ଆଉ ଏବେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସିଆଚୀନରେ ମୃତୟନ କରାଯାଇଛି । ଏହି ମହିଳା ଅଧିକାରୀଙ୍କ ନାଁ ହେଉଛି କ୍ୟାପଟେନ ଶିବା ଚୌହାନ । ଯିଏକି ସେନା ଫାୟାର ଆଣ୍ଡ ଫ୍ୟୁରୋସ କର୍ପସ ଜଣେ ବରିଷ୍ଟ ଅଧିକାରୀ ଅଛନ୍ତି ।

କଠିନ ପରିଶ୍ରମ ଓ ଅକ୍ଳାନ୍ତ ଉଦ୍ୟମ ପରେ ଏବେ ଶିବା ଚୌହାନ ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ଯିଏକି ବିଶ୍ୱର ଏହି ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରେ ମୃତୟନ ହୋଇଛନ୍ତି । ସିଆଚୀନରେ ୧୯୪୮ ମସିହାରେ ମିଲିଟାରୀ ବେସର ନିର୍ମାଣ କରାଯାଇଥିଲା । ଏବେ ସୁଦ୍ଧା ୮୭୩ଜଣ ଯବାନ ଥଣ୍ଡା ଯୋଗୁଁ ସହିଦ ହୋଇସାରିଲେଣି ।ଶତ୍ରୁପକ୍ଷକୁ ଜଗିବା ପାଇଁ ୩ହଜାରରୁ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ଏଙ୍ଖାରେ ମୃତୟନ କରାଯାଏ । ଏଙ୍ଖାରେ ମୃତୟନ ଯବାନଙ୍କ ସମସ୍ତ ଖର୍ଚ୍ଚ ପାଇଁ ସରକାର ବାର୍ଷିକ ୫କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ।