ଦେଶର କୋଟିପତି ବାରିକ ରମେଶ ବାବୁ । ପରିବାର ପାଇଁ କେବେ ପେପର ବାଣ୍ଟିଲେ , କେବେ କ୍ଷୀର ବିକିଲେ ଆଜି ୪୦୦ ଲଗଜରି କାରର ମାଲିକ

1,006

କନକ ବ୍ୟୁରୋ: ବ୍ୟକ୍ତିର ଆରମ୍ଭ ଯେଉଁଠୁ ହେଉନା କାହିଁକି କିନ୍ତୁ ନିଜ ଉପରେ ଗଭୀର ବିଶ୍ୱାସ ଥିଲେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଅସମ୍ଭବ ନୁହେଁ । କିଛି ଏଭଳି କାହାଣୀ ବେଙ୍ଗାଲୁରୁର କୋଟିପତି ବାରିକ ଭାବେ ଜଣାଣୁଣା ରମେଶ ବାବୁଙ୍କର, ଯାହାଙ୍କ ଜୀବନ ସଂଘର୍ଷ ପ୍ରତି ବ୍ୟକ୍ତି ପାଇଁ ଏକ ପ୍ରେରଣା ।

ସେଲୋନରେ ଚୁଟି କାଟୁଥିବା ଜଣେ ବାରିକ ପାଖରେ ବିଏମଡବ୍ଲୁ , ମରସିଡିଜ୍ , ରୋଲ୍ସ ରୟସ ଭଳି କାର ଥିବା କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆପଣ ଭାବିବେ ନିଶ୍ଚୟ ବ୍ୟକ୍ତି ଜଣକ ଆଉ କିଛି ବ୍ଲାକ୍ ବିଜନେସ୍ କରୁଥିବେ । ନହେଲେ ଜଣେ ବାରିକ ପାଖରେ ଏତେ ଦାମୀ କାର ହେବା ଅସମ୍ଭବ କିନ୍ତୁ ଏହା ସତ । ଏହା ପଛର କାହାଣୀ ନିଶ୍ଚୟ ଆପଣଙ୍କୁ ମନୋବଳ ଦେବ ।
ବେଙ୍ଗାଳୁରୁ ବାସିନ୍ଦା ରମେଶ ବାବୁ, ବେଉସାରେ ବାରିକ ହେଲେ ବି କୋଟିକୋଟି ସମ୍ପତ୍ତିର ମାଲିକ । ତାଙ୍କ ପାଖରେ ରହିଛି ୪୦୦ ଲଗଜରୀ କାର୍ । ରମେଶ ବାବୁଙ୍କ ବାପା ପି , ଗୋପାଳ ବେଙ୍ଗାଳୁରୁର ଜଣେ ବାରିକ ଥିଲେ । କିନ୍ତୁ ରମେଶ ବାବୁଙ୍କୁ ଯେତେବେଳେ ମାତ୍ର ୭ ବର୍ଷ ସେତେବେବେଳ ତାଙ୍କ ବାପାଙ୍କ ଅକାଳରେ ମୃତ୍ୟୁ ହୋଇଗଲା । ପରିବାରର ସ୍ଥିତି ଏତେ ଖରାପ ହେଇଗଲା ଯେ , ପିଲାଙ୍କୁ ପାଳିବାକୁ ରମେଶଙ୍କ ମା’ ଘର ଘର ବୁଲି କାମ କରୁଥିଲେ । ସ୍ୱାମୀଙ୍କ ସେଲୁନ ଚଳାଇବାକୁ କେହି ନଥିବାରୁ ମାସିକ ମାତ୍ର ୫ ଟଙ୍କାରେ ଏହାକୁ ଭଡାରେ ଦେଇଦେଲେ । ଏହି ସମୟରେ ମା’ଙ୍କୁ ସାହାଯ୍ୟ କରିବାକୁ ରମେଶ ବାବୁ ମଧ୍ୟ କେବେ ପେପର ବାଣ୍ଟୁୁଥିଲେ ତ ଆଉ କେବେଳ କ୍ଷୀର ବିକିବା କାମ କରୁଥିଲେ । ଏହା ସହ ପାଠ ପଢିବା ବି ଜାରି ରଖିଥିଲେ । ଅବଶ୍ୟ କଷ୍ଟେମଷ୍ଟେ ମେଟ୍ରିକ ଯାଏଁ ପଢିବା ପରେ ଆଉ ପଢିଲେ ନାହିଁ । ଏହାପରେ ବାପାଙ୍କ ସେଲୁନକୁ ନିଜେ ଚଲାଇବାକୁ ନିଷ୍ପତ୍ତି ନେଲେ ।

ସେଲୁନର ନାଁ ରଖିଲେ ଇନର ସ୍ପେଶ୍ । ଧୀରେ ତାଙ୍କ ସେଲୁନକୁ ଗ୍ରାହକଙ୍କ ସଂଖ୍ୟା ବଢିଲା । ଭଲ ଦି ପଇସା ହାତକୁ ଆସିଲା । ଅର୍ଥ ସଞ୍ଚୟ କରି ପ୍ରଥମେ ୧୯୯୪ରେ ଏକ ମାରୁତି ସୁଜୁକି ଓମନି କାର କିଣିଲେ । ତାଙ୍କ ମା’ ଯେଉଁ ମହିଳାଙ୍କ ଘରେ କାମ କରୁଥିଲେ ସେ ତାଙ୍କର କାରକୁ ଭଡାରେ ଦେବାକୁ ପ୍ରସ୍ତାବ ଦେଲେ । ସେଲୁନ୍ କାମ ପରେ ନିଜେ କାରକୁ ଭଡାରେ ଯାଉଥିଲେ ରମେଶ ବାବୁ । ଏହା ଭିତରେ ତାଙ୍କୁ ଅଟୋମୋବାଇଲ ରେଣ୍ଟଲ ବାବଦରେ ତାଙ୍କର ଅଭିଜ୍ଞତା ହେଲା । ଏହାପରେ ନିଜେ ଟୁର ଆଣ୍ଡ ଟ୍ରାଭେଲ୍ସ ନାଁରେ ଏକ କମ୍ପାନୀ ଖୋଲିଲେ । ତାଙ୍କୁ ଇଣ୍ଟେଲ କମ୍ପାନୀ ପକ୍ଷରୁ ପ୍ରଥମ କଣ୍ଟ୍ରାକ୍ଟ ମିଳିଲା । ଏହି କ୍ରମରେ ୨୦୦୪ ଭିତରେ ସେ ୭ଟି କାର କିଣି ଟ୍ରାଭେଲ୍ସରେ ଲଗାଇଲେ ।

ହଠାତ୍ ତାଙ୍କ ମନକୁ ଲକଜୁରୀ କାର୍କୁ ଏହି ବିଜସେରେ ସାମିଲ କରିବାର ବୁଦ୍ଧି ଜୁଟିଲା । କିନ୍ତୁ ଅନେକ ଏହାକୁ ବାରଣ କଲେ ।ଯଦି କ୍ଷତି ହେଲା ତାହେଲେ ସେ ବର୍ବାଦ ହୋଇଯିବେ ବୋଲି ସାଙ୍ଗସାଥୀ କହିଲେ । ହେଲେ ଚ୍ୟାଲେଞ୍ଜ ନେଇଥିଲେ ରମେଶ ବାବୁ । ୪୨ ଲକ୍ଷ ଟଙ୍କାରେ ମରସିଡିଜ୍ କର କିିଣି କମ୍ପାନୀରେ ଲଗାଇଲେ । ଭାବିଲେ ଯଦି କ୍ଷତି ହୁଏ ତେବେ ନିଜର ଅନ୍ୟ କାର ଗୁଡିକୁ ବିକିଦେଇ ଏହାର ଭରଣା କରିବେ ।

କିନ୍ତୁ ଭାଗ୍ୟ ତାଙ୍କ ସାଥ୍ ଦେଲା । ସେ ସମୟରେ ଟ୍ରାଭେଲ୍ସ ଏଜେନ୍ସରେ ଲଗଜରୀ କା ନଥିଲା । ତେଣୁ ବଡବଡ ମଲ୍ଟିନ୍ୟାସନାଲ କମ୍ପାନୀ ରମେଶଙ୍କ କମ୍ପାନୀରୁ ଲଗଜରୀ କାର ଭଡାରେ ନେବା ଆରମ୍ଭ କଲେ । ଏହାସହ ରମେଶ ବାବୁଙ୍କ ବ୍ୟବସାୟ ବଢିବାକୁ ଲାଗିଲା । ୨୦୦୪ରୁ ୨୦୧୪ ଭିତରେ ତାଙ୍କ ଲଗଜରୀ କାରର ସଂଖ୍ୟା ୨୦୦ରେ ପହଞ୍ଚିଲା । ଏବେ ତାଙ୍କ ପାଖରେ ପାଖାପାଖି ୪୦୦ ଲଗଜରୀ କାର ରହିଛି । ବଡ ବଡ କମ୍ପାନୀଠାରୁ ଆରମ୍ଭ କରି ସେଲିବ୍ରିଟି ତାଙ୍କ ଏହି କାରକୁ ହାୟର କରନ୍ତି ।

ବେଙ୍ଗାଳୁରୁ ବ୍ୟତୀତ ଚେନ୍ନାଇ ଓ ଦିଲ୍ଲୀରେ ମଧ୍ୟ ରମେଶବାବୁଙ୍କ ଟ୍ରାଭେଲ୍ସ କମ୍ପାନୀ ରହିଛି । ବର୍ତ୍ତମାନ ତାଙ୍କ ନେଟ୍ ଓର୍ଥ ୧୬୦୦ କୋଟିରୁ ଅଧିକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏତେ ଟଙ୍କଶର ମାଲିକ ହୋଇ ମଧ୍ୟ ନିଜ ପୈତୃକ ବୃତ୍ତିରୁ ଓହରି ନହାଁନ୍ତି ରମେଶ ବାବୁ । ଏବେବି ସେ ନିଜେ ରେଗୁଲାର କଷ୍ଟମରଙ୍କ ଚୁଟି କାଟନ୍ତି । ଏଥିପାଇଁ ମାତ୍ର ୭୫ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପାଉଣା ନିଅନ୍ତି । ତାଙ୍କର ଏହି ଅନ୍ଦାଜ ତାଙ୍କୁ ସମସ୍ତଙ୍କ ପାଇଁ ପ୍ରେରଣା କରିପାରିଛି ।