ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ; ଆଜି ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ , ଆସନ୍ତାକାଲି କରିବେ ୟୁକ୍ରେନ ଗସ୍ତ

ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ; ଆଜି ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ , ଆସନ୍ତାକାଲି କରିବେ ୟୁକ୍ରେନ ଗସ୍ତ

କନକ ବ୍ୟୁରୋ: ୪୫ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦୀ। ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିବାପରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସ୍ୱାଗତ କରିଥିଲେ। ୱାରସାରେ ମୋଦୀ ସ୍ମାରକ ସ୍ଥଳ ବୁଲିବା ସହ ଭାରତୀୟ ବଂଶୋଦ୍ଭବଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରାୟ ୨୫ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବା ସହ ଭାରତର ବିକାଶ ଓ ଗୌରବର ଗାଥା କହିଛନ୍ତି ।

ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ଏହା ଯୁଦ୍ଧର ସମୟ ନୁହେଁ । ଯେତେବେଳେ ପୂରା ବିଶ୍ବ ଯୁଦ୍ଧ ଓ କରୋନା ଭଳି ମହାମାରୀ ସହ ସଂଘର୍ଷ କରୁଥିଲା ସେତେବେଳେ ଭାରତ ମାନବତା ପାଇଁ କାମ କରିଛି । ଏହି ଗସ୍ତ ଅବସରରେ ମୋଦୀ ପୋଲାଣ୍ଡର ରାଷ୍ଟ୍ରପତି ଏଣ୍ଡ୍ରେଜ୍ ସେବାସ୍ତିଆନ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ପୋଲାଣ୍ଡର ସଂସ୍କୃତି ଏବଂ ଚଳଣିକୁ ବୁଝିବାପାଇଁ ପୋଲାଣ୍ଡ ନାଗିରକଙ୍କ ସହ ମଧ୍ୟ କଥା ହେବେ। ପୋଲାଣ୍ଡ ଗସ୍ତ ସାରି ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବେ ମୋଦୀ । ଏଥିପାଇଁ ସେ ପୋଲାଣ୍ଡରୁ ୟୁକ୍ରେନ ପର୍ୟ୍ୟନ୍ତ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରିବେ। ୧୯୯୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ୟୁକ୍ରେନକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ତଥା ବିସ୍ତାର କରିବାରେ ସହାୟକ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe