କନକ ବ୍ୟୁରୋ : ସୂର୍ଯ୍ୟ ଅଭିଯାନ ସଫଳତା ପଛରେ ମହିଳା ବୈଜ୍ଞାନିକଙ୍କ ଅବଦାନ । ସାମ୍ବାଦିକ ସମ୍ମିଳନୀରେ ଆଦିତ୍ୟ-ଏଲୱାନ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଚିହ୍ନାଇ ଦେଲେ ଇସ୍ରୋ ମୁଖ୍ୟ । ନିଗାର ସାଜି ୩୫ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସହ ଯୋଡି ହୋଇରହିଛନ୍ତି । ଆଦିତ୍ୟ-ଏଲୱାନର ସଫଳତାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ନିଗାର । ଅନୁଭୂତି ବଖାଣିବା ବେଳେ ନିଗାର ସାଜିଙ୍କ ଆଖିରୁ ବୋହି ଆସିଲା ଖୁସିର ଲୁହ ।

Advertisment

ତାମିଲନାଡ଼ୁ ତନକାଶୀ ଜିଲ୍ଲାର ସେଗୋଂଟାଇ ସହରରେ ନିଗାର ସାଜିଙ୍କ ଜନ୍ମ । ତାଙ୍କ ବାପା ଜଣେ କୃଷକ ଓ ମା ଗୃହିଣୀ । ସରକାରୀ ବିଦ୍ୟାଳୟ ଓ ସରକାରୀ ଇଞ୍ଜିନିୟରୀଂ କଲେଜରେ ଅଧ୍ୟୟନ କରିଛନ୍ତି ଏହି ମହିଳା ବୈଜ୍ଞାନିକ । ୧୯୮୭ ମସିହାରେ ଇସ୍ରୋରେ ଯୋଗ ଦେଇଥିଲେ । ଦୀର୍ଘଦିନ ଧରି ବରିଷ୍ଠ ବୈଜ୍ଞାନିକଭାବେ ବିଭିନ୍ନ ପ୍ରୋଜେକ୍ଟରେ କାମ କରିବା ପରେ ‘ଆଦିତ୍ୟ-ଏଲୱାନର ଦାୟିତ୍ୱ ତାଙ୍କୁ ଦିଆଯାଇଛି ।