କନକ ବ୍ୟୁରୋ: ଦିନ ଥିଲା ପାଠରେ ମନ ଲାଗୁନଥିଲା । ସ୍କୁଲରେ ପଢିବା ବେଳେ ନବମ ଶ୍ରେଣୀରେ ଫେଲ ହୋଇଥିଲେ । ଏବେ ସେ ପାଖାପାଖି ୨୦୦୦ କୋଟି ମୂଲ୍ୟ କମ୍ପାନୀର ମାଲିକ । ଆମେ କହୁଛୁ ଭାଡିଲାଲ୍ ଆଇସକ୍ରିମ କମ୍ପାନୀର ମାଲିକ ରାଜେଶ ଗାନ୍ଧୀ ବାଡିଲାଲଙ୍କ କଥା । ଦିନେ ୯ମରେ ଫେଲ୍ ହେବା ପରେ ଜୀବନରେ କିଛି କରିପାରିବେ ନାହିଁ ବୋଲି ଭାବିଥିଲେ ରାଜେଶ। ହେଲେ ଆଗକୁ ଯାଇ ସେ ଏତେ ଲୋକପ୍ରିୟ ହେବେ , କୋଟି କୋଟି ଟଙ୍କାର ମାଲିକ ହେବେ ବୋଲି କିଏ ଜାଣିଥିଲା? କମ୍ପାନୀର ଦାୟିତ୍ୱ ନେବା ପରେ ସେ ଏହାକୁ ସଫଳତାର ଶୀର୍ଷକୁ ନେଇଥିବା ଜଣାପଡ଼ିଛି।
ଲୋକପ୍ରିୟ ଆଇସକ୍ରିମ କମ୍ପାନି ବାଡିଲାଲ ଗାନ୍ଧୀଙ୍କ ଦ୍ୱାରା ୧୯୦୭ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା ଅହମ୍ମଦାବାଦର ଏକ ଛୋଟ ଗଳିରେ ଥିବା ସୋଡା ଦୋକାନରୁ ଆରମ୍ଭ ହୋଇଥିଲା। ବଡିଲାଲଙ୍କ ପରେ ଏହାକୁ ତାଙ୍କ ପୁଅ ରନଛୋଡ ଲାଲ ଏବଂ ପରେ ରନଛୋଡ ଲାଲଙ୍କ ୨ପୁଅ ରାମଚନ୍ଦ୍ର ଓ ଲକ୍ଷ୍ମଣ ସମ୍ଭାଳିବା ପରେ ଏବେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ପୁଅମାନେ ବଡିଲାଲ ଆଇସକ୍ରିମ କମ୍ପାନୀକୁ ସମ୍ଭାଳୁଛନ୍ତି। ସେପ୍ଟେମ୍ବର ୧୮, ୨୦୨୩ ସୁଦ୍ଧା କମ୍ପାନିର ବଜାର ପୁଞ୍ଜି ୧୮୪୩କୋଟି ଟଙ୍କାରେ ପହଞ୍ଚିଛି। ସୋମବାର କମ୍ପାନୀର ସେୟାର ମୂଲ୍ୟ ୨୫୪୫.୫୦ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି ।
ରାଜେଶ ଗାନ୍ଧୀଙ୍କ ଅହମଦାବାଦର ସେଣ୍ଟ ଜାଭିୟର ହାଇସ୍କୁଲ ଲୟୋଲା ହଲରେ ତାଙ୍କର ସ୍କୁଲ ପାଠପଢ଼ା ଶେଷ କରିଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ, ୯ମ ଶ୍ରେଣୀରେ ଫେଲ୍ ହେବା ପରେ ସେ ଅନ୍ୟ ସ୍କୁଲକୁ ଯାଇ ୧୦ମ ଶ୍ରେଣୀରେ ନାମ ଲେଖାଇବାକୁ ଚାହିଁଥିଲେ। ହେଲେ ତାଙ୍କ ବାପା ଏଥିପାଇଁ ମନା କରିଥିଲେ। ବାପା ମନା କରିବାରୁ ରାଜେଶ ପୁଣି ବର୍ଷେ ସ୍କୁଲରେ ରହି ୯ମ ଶ୍ରେଣୀରେ ପାଠ ପଢ଼ିଥିଲେ। ଏବଂ ଦଶମ ପାସ୍ ପରେ ଆଗକୁ ଆଗକୁ ବଢି ଆଉ କେବେ ପଛକୁ ଚାହିଁନଥିଲେ । ଉଚ୍ଚ ଶିକ୍ଷା ହାସଲ କରିବା ପରେ ବାପାଙ୍କ ବ୍ୟବସାୟକୁ ସମ୍ଭାଳିଲେ । ଏବଂ ଆଇସକ୍ରିମ କମ୍ପାନୀକୁ ଜାତୀୟ ସ୍ତରରେ ପହଞ୍ଚଞ୍ଚାଇପାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/rajesh.jpg)