ପାଣି ପାଇଁ ପାହାଡ ପାରି ହୋଇ ଯିବାକୁ ପଡୁଥିଲା । ଜଳସଙ୍କଟ ଦୂର କରିବା ପାଇଁ ୭୦ ବର୍ଷ ବୟସରେ ପାହାଡ କାଟି ୧୦ କିମି ଲମ୍ବା ଏକ ବିରାଟ କେନାଲ ତିଆରି କଲେ ମାଉଣ୍ଟେନ ମ୍ୟାନ୍ ଲୋଙ୍ଗି ଭୂୟାଁ ।

202

କନକ ବ୍ୟୁରୋ : ସହର ଠାରୁ ଅନେକ ଦୂର ପାହାଡ ପର୍ବତ ଶିଖର ଟପିଲେ ପଡିବ ଏକ ଛୋଟିଆ ଗାଁ । ଅଳ୍ପ ଲୋକଙ୍କୁ ନେଇ ଏଠାରେ ଗଢି ଉଠିଛି ଜନବସତି । ଚାଷ-ବାସ ଏବଂ ଗୋ ପାଳନ କରି ଏଠାକାର ଲୋକେ ତାଙ୍କ ପରିବାରର ପେଟ ପୋଷିଥାନ୍ତି । କିନ୍ତୁ ଏଠାରେ ଲୋକଙ୍କ ପାଇଁ ବଡ ସମସ୍ୟା ପାଲଟିଛି ଜଳ ସଂକଟ । ଦୂର ପାହାଡ ପାରି ହୋଇ ପାଖକୁ ପାଖକୁ ଗଲେ ଫର୍ଚ୍ଚା ଫର୍ଚ୍ଚା ଦିସେ ଶୋଷର ଦୁନିଆ । ଆଉ ଏହି ଶୋଷ ଦୁନିଆର ଶକ୍ତିମାନ ସାଜିଛନ୍ତି ୭୦ ବର୍ଷିୟ ବୃଦ୍ଧ ଲୋଙ୍ଗି ଭୁଁୟା ।

ଆଉ ଜଣେ ଦଶରଥ ମାଂଝି…ଶୋଷ ଦୁନିଆର ଶକ୍ତିମାନ ଲୋଙ୍ଗି ଭୂୟାଁ

#ଆଉ_ଜଣେ_ଦଶରଥ_ମାଂଝି#ଶୋଷ_ଦୁନିଆର_ଶକ୍ତିମାନ_ଲୋଙ୍ଗି_ଭୂୟାଁପାଣି ପାଇଁ ପାହାଡ ପାରି ହୋଇ ଯିବାକୁ ପଡୁଥିଲା । ଜଳସଙ୍କଟ ଦୂର କରିବା ପାଇଁ ୭୦ ବର୍ଷ ବୟସରେ ପାହାଡ କାଟି ୧୦ କିମି ଲମ୍ବା ଏକ ବିରାଟ କେନାଲ ତିଆରି କଲେ ମାଉଣ୍ଟେନ ମ୍ୟାନ୍ ଲୋଙ୍ଗି ଭୂୟାଁ । #SpecialReport #MountainMan

Posted by Kanak News on Monday, September 14, 2020

ବିହାରର ପର୍ବତାରୋହୀ ଦଶରଥ ମାଞ୍ଜୀଙ୍କ କଥାତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ସେ କେମିତି ପାହାଡ କାଟି ୩୬୦ ଫୁଟ୍ ଲମ୍ବା ୩୦ ଫୁଟ୍ ଚଉଡାର ଏକ ରାସ୍ତା ତିଆରି କରିଥିଲେ । ଠିକ୍ ସେହିଭଳି ବିହାରର ଗୟା ନିବାସୀ ଲୋଙ୍ଗି ଭୁୟା ତାଙ୍କର କଠିନ ପରିଶ୍ରମ ଦ୍ୱାରା ୧୦ କିମି ଲମ୍ବା ଏକ ବିରାଟ କେନାଲ ତିଆରି କରି ଜଳ ସଂକଟରୁ ଗାଁକୁ ମୁକ୍ତ କରିଛନ୍ତି । ବର୍ତ୍ତମାନ ସେଇ କେନାଲ ଦେଇ ବର୍ଷା ଜଳ ଏବଂ ଝରଣା ପାଣି ଚାଷ ଜମୀକୁ ଆସୁଛି । ଗାଇ ଗୋରୁ ପାଣି ପିଇବା ସହ ଲୋକେ ଭଲରେ ଫସଲ ମଧ୍ୟ କରିପାରୁଛନ୍ତି ।

ତେବେ ଘର ଲୋକ ଲୋଙ୍ଗିଙ୍କୁ ବୁଢା ବୟସରେ ପାହାଡ ନଖୋଳିବା ପାଇଁ ଅନେକ ବାରଣ କରିଥିଲେ । କନ୍ତୁ ଲୋଙ୍ଗି କାହାର କଥାକୁ ଖାତିର ନକରି ପାଣି ସମସ୍ୟା ଦୂର କରିବା ପାଇଁ କେନାଲଟିଏ ତିଆରି କରିପାରିଛନ୍ତି । ଯାହାକୁ ନେଇ ଚାରିଆଡୁ ଏବେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି । ଯେଉଁ ଗାଁରେ ସରକାରଙ୍କ ଦୃଷ୍ଟି ପଡୁନଥିଲା ସେଠାକୁ ଏବେ ସରକାରୀ ଗାଡି ଗଡୁଛି । ଆଉ ଆଗକୁ ଗାଁର ବିକାଶ ହେବ ବୋଲି ଗ୍ରାମବାସୀଙ୍କ ମନରେ ଏକ ଆଶାର ଆଲୋକ ସୃଷ୍ଟି ହୋଇଛି ।