କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା । ନିକଟରେ ତାଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ସେ ଆଉ ଜଣଙ୍କ ପ୍ରେମରେ ପଡ଼ିଯାଇଥିବା ନେଇ ଚର୍ଚ୍ଚା ହେଉଛି । ବ୍ରିଟିଶର ଜଣେ ଗାୟିକାଙ୍କ ପ୍ରେମରେ ପାଣ୍ତ୍ୟା ପଡ଼ିଯାଇଥିବା ଶୁଣିବାକୁ ମିଳିଛି ।

ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ପ୍ରେମିକା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ବ୍ରିଟିଶ ଗାୟିକା ଜାସ୍ମିନ୍ ୱାଲିଆଙ୍କ ସହ ହାର୍ଦ୍ଦିକଙ୍କ ସମ୍ପର୍କକୁ ନେଇ ଏବେ ବଢୁଛି ଚର୍ଚ୍ଚା । ଦୁଇଜଣ ଏକାଠି ସମୟ ବିତାଉଥିବା ନେଇ କୁହାଯାଉଛି । ଦୁହିଁଙ୍କ ଫଟୋକୁ ନେଇ ଉଭୟ ପରସ୍ପରକୁ ଡେଟିଂ କରୁଥିବା ଚାରିଆଡ଼େ ଚର୍ଚ୍ଚା ହେଉଛି ।

View this post on Instagram

A post shared by Jasmin Walia (@jasminwalia)

ନିକଟରେ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ତାଙ୍କୁ ଏକ ସୁଇମିଂ ପୁଲ ସମ୍ମୁଖରେ ଦେଖିବାକୁ ମିଳିଥିଲା । ଆଶ୍ଚର୍ଯ୍ୟକର କଥା ହେଲା ହାର୍ଦ୍ଦିକଙ୍କ ଭିଡିଓ ସାମ୍ନାକୁ ଆସିବାର ଠିକ୍ ଦୁଇ ଦିନ ପୂର୍ବରୁ ଜାସ୍ମିନ୍ ୱାଲିଆ ମଧ୍ୟ ଗ୍ରୀସରେ ତାଙ୍କର ଛୁଟିଦିନର କିଛି ଫଟୋ ସେୟାର କରିଥିଲେ । ସେହି ଫଟୋରେ ଜାସ୍ମିନ୍ ୱାଲିଆ ମଧ୍ୟ ସୁଇମିଂ ପୁଲ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ଜାସ୍ମିନ୍ ୱାଲିଆ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ଲାଇକ୍ କରିଛନ୍ତି । ଏହା ବ୍ୟତୀତ ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ମଧ୍ୟ କରିଛନ୍ତି । ପାଣ୍ତ୍ୟାଙ୍କ ନିକଟରେ ବିବାହ ବିଚ୍ଛେଦ ହୋଇଛି । ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଠାରୁ ଅଲଗା ହେବା ନେଇ ଖୋଦ ହାର୍ଦ୍ଦିକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ ।