ଅର୍ନ୍ତଜାତୀୟ କ୍ଷାତୀ ସମ୍ପର୍ଣ୍ଣ ପେଟରୋଗ ବିଶେଷଜ୍ଞ ଡ଼. ଟି. ନାରାୟଣ ରାଓ । ସ୍ୱଳ୍ପ ମୂଲ୍ୟରେ ଗରୀବ ଓ ଅସହାୟ ରୋଗୀଙ୍କର କରୁଛନ୍ତି ଚିକିତ୍ସା

4,171

କନକ ବ୍ୟୁରୋ : ୧୯୫୯ ମସିହା ଅଗଷ୍ଟ ୧୭ ତାରିଖରେ ଜନ୍ମିତ ଡା, ଟି.ନାରାୟଣ ରାଓ ଆନ୍ଧ୍ର ମେଡିକାଲ କଲେଜରୁ ଅଧ୍ୟୟନ କରିବା ପରେ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗରେ ୧୯୯୦ ମସିହାରେ ଯୋଗ ଦେଇଥିଲେ । ସେ ଭାରତର ବିଭିନ୍ନ ରାଜ୍ୟରେ ଥିବା ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି । ସେ ଗରିବ ତଥା ଅସହାୟ ରୋଗୀଙ୍କ ସେବା କରିବା ପାଇଁ ପ୍ରାଥମିକତା ପ୍ରଦାନ କରିଥାନ୍ତି । ଆନ୍ଧ୍ର ମେଡିକାଲ କଲେଜର ପ୍ରଫେସର ଏବଂ କିଙ୍ଗ ଜଜ୍ ହସ୍ପିଟାଲ ବିଶାଖାପାଟଣାର ବାରିଆଟ୍ରିକ ସର୍ଜରୀରେ ବିଶେଷଜ୍ଞ ଭାବେ ସେବା ଯୋଗାଇ ସୁନାମ ଅର୍ଜନ କରିଛନ୍ତି । ଡ. ରାଓ ବିଶ୍ୱର ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରୁ ତାଲିମ ଗ୍ରହଣ କରିଛନ୍ତି । ସେ ସ୍ୱାସ୍ଥ୍ୟସେବା ବ୍ୟତୀତ ବିଶାଖା ମୋଟାପଣ ସର୍ଜରୀ କେନ୍ଦ୍ରର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ଏପରିକି ଆସୋସିଏସନ ଅଫ ସର୍ଜନ ଅଫ୍ ଇଣ୍ଡିଆ ପରିଚାଳନା ପରିଷଦର ସଦସ୍ୟ ତଥା ଯୁଗ୍ମ ସଚିବ ଅଛନ୍ତି । ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କ ଅବଦାନ ଉଲ୍ଲେଖନୀୟ । ତାଙ୍କ ଦୀର୍ଘ ଅଭିଜ୍ଞତା ଏବଂ ଅନୁସନ୍ଧାନ ସମ୍ବଳିତ ଲେଖା ବିଭିନ୍ନ ଅର୍ନ୍ତଜାତୀୟ ସ୍ୱାସ୍ଥ୍ୟ ମାଗାଜିନରେ ପ୍ରକାଶ ପାଇଛି । ତାଙ୍କ ଲେଖା ବିବିଧ ଅର୍ନ୍ତଜାତୀୟ ଚିକିତ୍ସା ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ତରଫରୁ ସ୍ୱୀକୃତିପ୍ରାପ୍ତ ଏବଂ ସେ ଏଥିପାଇଁ ବହୁବାର ସମ୍ମାନୀତ ମଧ୍ୟ ହୋଇଛନ୍ତି ।

ଡ. ରାଓ ନିଜସ୍ୱ ପ୍ରୟାସରେ ବିଶାଖାପାଟଣା ସ୍ଥିତ ଆରିଲୋଭା ଠାରେ ଆରମ୍ଭ କରିଛନ୍ତି ବିଶ୍ୱସ୍ତରୀୟ ଜ୍ଞାନ କୌଶଳ ସଂପନ୍ନ ହସ୍ପିଟାଲ ‘ନାରାୟଣା ମେଡସିଟି’ । ୨୦୦ ବେଡ୍ ବିଶିଷ୍ଠ ଏହି ଡାକ୍ତରଖାନାରେ ରହିଛି ସମସ୍ତ ପ୍ରକାର ରକ୍ତ ପରୀକ୍ଷା ପ୍ରଣାଳୀ, ରେଡିଓଲୋଜୀ, ଏକ୍ସରେ. ସିଟିସ୍କାନ, ଏମଆରଆଇ ଭଳି ଅତ୍ୟାଧୁନିକ ମେସିନ । ଯାହା କି ଅଳ୍ପସମୟ ମଧ୍ୟରେ ରୋଗୀଙ୍କ ରୋଗ ନିର୍ଦ୍ଧାରଣ କରିବାରେ ସକ୍ଷମ । ଏହି ଡାକ୍ତରଖାନାରେ ଗରିବ ଏବଂ ଅସହାୟଙ୍କ ପାଇଁ ସ୍ୱତନ୍ତ ରିହାତି ପ୍ରଦାନ କରାଯାଇଥାଏ ।

https://narayanamedciti.com/book-an-appointment-multispeciality-hospital-in-vizag/

ଯେକୌଣସି ବ୍ୟକ୍ତି ଯଦି ପେଟରୋଗ, ପାଇଲସ୍, ମୋଟାପଣ, କ୍ୟାନସର, ମେରୁଦଣ୍ଡ ଏବଂ ଆଣ୍ଠୁଜନିତ ବ୍ୟଥା ସମସ୍ୟା ସହ ଜଡିତ ଅଛନ୍ତି ତେବେ ନିମ୍ନଲିଖିତ ଠିକଣାରେ ଯୋଗାଯୋଗ କରିପାରିବେ ।
ନାରାୟଣା ମେଡସିଟି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ
ଚିନ୍ନାଗାଦିଲି, ହେଲଥସିଟି, ଆରିଲୋଭା
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ-୫୩୦୦୪୦
ମୋବାଇଲ ନଂ – ୦୮୯୧୨୫୮୮୮୮୮, ୯୧୮୨୮୪୮୦୯୦