ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟଙ୍କ ମୁଣ୍ଡରେ ଆଇଏଏସର ତାଜ୍ । ସୁନ୍ଦର ଚେହେରା, ବିଚକ୍ଷଣ ବୁଦ୍ଧି ଥିବା ଝିଅ ବନିଲେ ପ୍ରଶାସିକା ।

2,202

କନକ ବ୍ୟୁରୋ : ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟଙ୍କ ମୁଣ୍ଡରେ ଆଇଏଏସର ତାଜ । ଐଶ୍ୱର୍ଯ୍ୟା ଶେରୋନ୍ । ୯୩ Rank ସହ ୟୁପିଏସସି ପରୀକ୍ଷାରେ ପାଇଛନ୍ତି ବଡ ସଫଳତା । ୨୦୧୬ ମିସ୍ ଇଣ୍ଡିଆ କଂଟେଷ୍ଟରେ ଫାଇନାଲଲିଷ୍ଟ ରହିଥିଲେ ଐଶ୍ୱର୍ଯ୍ୟା । ଆଉ ଏବେ କଠିନ ପରିଶ୍ରମ ବଳରେ ପ୍ରଶାସିକା ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ।

ସବୁଠାରୁ ବଡ କଥା ହେଉଛି, ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ପରୀକ୍ଷାରେ ସଫଳତା ପାଇଛନ୍ତି ଐଶ୍ୱର୍ଯ୍ୟା । ତାଙ୍କ ବାପା ତେଲେଙ୍ଗାନା ଏନସିସି ବାଟାଲିୟନରେ କମାଣ୍ଡିଂ ଅଫିସର ଅଛନ୍ତି । ପିଲାଟି ଦିନରୁ ଜଣେ ଆଇଏଏସ ଅଫିସର ହେବା ପାଇଁ ଇଚ୍ଛା ରଖିଥିଲେ ଐଶ୍ୱର୍ଯ୍ୟା ।
ତେବେ ଆସନ୍ତୁ ନଜର ପକାଇବା ଐଶ୍ୱର୍ଯ୍ୟାଙ୍କ ମଡେଲିଂ କ୍ୟାରିୟର ଉପରେ ।

ଦିଲ୍ଲୀରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ଐଶ୍ୱର୍ଯ୍ୟା । ମାତ୍ର ୧୯ ବର୍ଷ ବୟସରେ ମଡେଲିଂ ଦୁନିଆରେ ସେ ପାଦ ରଖିଥିଲେ । ୨୦୧୪ରେ ମିସ୍ କ୍ଲିନ୍ ଆଣ୍ଡ କ୍ଲିୟର ଟାଇଟଲ୍ ଜିତିଥିଲେ ଐଶ୍ୱର୍ଯ୍ୟା । ୨୦୧୫ରେ ବନିଥିଲେ ମିସ୍ କ୍ୟାମ୍ପସ ପ୍ରିନ୍ସେସ ଦିଲ୍ଲୀ । ଆଉ ଏହା ପରେ ୨୦୧୬ରେ ମିସ୍ ଇଣ୍ଡିଆ କଂଟେଷ୍ଟରେ ଭାଗ ନେଇ ଫାଇନାଲଲିଷ୍ଟ ହୋଇଥିଲେ ଐଶ୍ୱର୍ଯ୍ୟା ।

ତେବେ ମଡେଲିଂ କରିବା ବେଳେ ନିଜର ପିଲାବେଳର ସ୍ୱପ୍ନକୁ ସେ ଭୁଲିଯାଇନଥିଲେ । ଆଉ କଠିନ ପରିଶ୍ରମ ବଳରେ ନିଜ ସ୍ୱପ୍ନ ପୂରଣ କରିବା ସହ ମଡେଲରୁ ସେ ବନିଯାଇଛନ୍ତି ପ୍ରଶାସିକା ।