ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ବେଶ୍ ଚର୍ଚ୍ଚାରେ ରହିଛି । ଏହି ସିନେମାରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍ ।

Advertisment

publive-image

ଏବେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ,ଏହି ସିନେମାରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକାରେ କିଏ ଅଭିନୟ କରୁଛନ୍ତି। ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ସିନେମାରେ ରାହୁଲ ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ ଅର୍ଜୁନ ମାଥୁର। ଠିକ୍ ସେହିପରି ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକା ନଜର ଆସୁଛନ୍ତି ଆହାନା କୁମରା।

publive-image

ସୋସିଆଲ୍ ମିଡିଆ ପରଦାରେ ନଜର ଆସୁଥିବା ମନମୋହନ ସିଂହ,ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଚରିତ୍ର ନିଭାଉଥିବା କଳାକାରଙ୍କ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି।

ସଂଜୟ ବାରୁଙ୍କ ରଚିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ଉପରେ ଆଧାରିତ ଏହି ସିନେମା ଚଳିତ ବର୍ଷ ଡ଼ିସେମ୍ବର ୨୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଦିନ ଶାହରୁଖ୍ ଖାନ୍ ,କାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମାଙ୍କ ‘ଜିରୋ’ ମଧ୍ୟ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।