୫ ବର୍ଷର କୁନି ଶିଶୁର ପ୍ରତିଭାକୁ ନେଇ ଚର୍ଚ୍ଚା । ୧ ମିନିଟ୍ ୨୫ ସେକେଣ୍ଡରେ ୩୫ ଜଣ ବୈଜ୍ଞାନିକଙ୍କ ନାମ କହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ ।

396

କନକ ବ୍ୟୁରୋ : ବ୍ରହ୍ମପୁର ସହରର ଗୋଇଲୁଣ୍ଡି ଅଂଚଳର ୫ ବର୍ଷର ଶିଶୁ ଡ଼ି.ହରେକୃଷ୍ଣ ପାତ୍ର ଏବେ ବିରଳ ପ୍ରତିଭା ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ୧ ମିନିଟ ୨୫ ସେକେଣ୍ଡରେ ବିଭିନ୍ନ ଫଳ, ବୃକ୍ଷ ଏବଂ ପ୍ରାଣୀଙ୍କ ବୈଜ୍ଞାନିକଙ୍କ ନାମ କହୁଛନ୍ତି । ଯାହାକି ଏବେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ହରେକୃଷ୍ଣ ଏବେ ୟୁକେଜିରେ ପାଠ ପଢୁଛନ୍ତି । ସେ ୧ ମିନଟ ୨୫ ସେକେଣ୍ଡରେ ୩୫ ଜଣ ବୈଜ୍ଞାନିକଙ୍କ ନାମ କହିପାରୁଛନ୍ତି ।

ହରେକୃଷ୍ଣଙ୍କ ବାପା ବାଙ୍ଗାଲୋରରେ ରହୁଛନ୍ତି, ମା କଲେଜ ଛାତ୍ରଛାତ୍ରୀଙ୍କୁ ପାଠ ପଢାନ୍ତି । ଏବେ କରୋନା ହୋଇଥିବା ହେତୁ ଅନଲାଇନରେ ପିଲାଙ୍କୁ ପାଠ ପଢାଉଛନ୍ତି । ଆଉ ସେହି ସମୟରେ ହରେକୃଷ୍ଣ ମାଙ୍କ ପାଠପଢ଼ାକୁ ନଜର ରଖନ୍ତି । ହଠାତ ଦିନେ ସେ ଗୋଟେ ବୈଜ୍ଞାନିକଙ୍କ ନାମ କହିଥିଲେ ପରେ ପରେ ମା ମଧ୍ୟ ଉତ୍ସାହିତ ହୋଇ ତାଲିମ ଦେଇଥିଲେ । ଯାହାଫଳରେ ଏବେ ସେ ୨ ଟି ରେକର୍ଡ଼ କରିଥବା ବେଳେ ଏସିଆ ବୁକ ଅଫ ରେକର୍ଡ଼ ଓ ଲିମକା ବୁକ ଅଫ ରେକର୍ଡ଼ ପାଇଁ ଯାଇଛି ।