ଶହେ ବର୍ଷରେ ବି ଫିଟ୍ ମଉସା ମାଉସୀ । ଦୁଇ ପୁଅ ଦୂରେଇ ଦେବା ପରେ ଏକାଏକା ଭଲରେ ଅଛନ୍ତି ବୃଦ୍ଧବୃଦ୍ଧା । ୧୦୮ ଛୁଇଁଥିଲେ ବି ଦେଶୀ ଖାଦ୍ୟ ଦେଉଛି ବଳ ।

243

କନକ ବ୍ୟୁରୋ: ଶହେ ବର୍ଷରେ ଫିଟ ଆଣ୍ଡ ଫାଇନ । ବୟସର ଶେଷ ସୀମାରେ ଏବେ ଚଳଚଞ୍ଚଳ ଏ ମଉସା ମାଉସୀ । ଜଣଙ୍କୁ ୧୦୮ ଛୁଇଁଲାଣି ଆଉ ଜଣଙ୍କୁ ୧୦୦ ପାଖାପାଖି । କିନ୍ତୁ ଏ ବୟସରେ ବି ହାରିଯାଇ ନାହାନ୍ତି ସେମାନେ । ବାଡି ସିନା ଧରିଛନ୍ତି କିନ୍ତୁ ଭିତରୁ ଭାରି ଦମ୍ଭିଲା ଅଛନ୍ତି ବୈଷ୍ଣବ ମଉସା ଆଉ ସମ୍ବାରୀ ମାଉସୀ ।

ଗଞ୍ଜାମ ଖଲ୍ଲିକୋଟ ଖୋଜାପଲ୍ଲୀ ଗାଁର ବୈଷ୍ଣବ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସମ୍ବାରୀ ପ୍ରଧାନ । ବୁଢା ବୟସରେ ବି ଏକା ଏକା ରହୁଛନ୍ତି । ଦୁଇ ପୁଅ ପର କରିଦେବା ପରେ ଭାଙ୍ଗି ନପଡି ଅଣ୍ଟା ସଳଖିଛନ୍ତି ଦୁହେଁ । ଆଉ ଗାଁର ଏକ ସରକାରୀ ଜାଗାରେ ଘରଟେ କରି ଜିଉଁଛନ୍ତି ।

ବାଡିରେ ପନିପରିବା ଫସଲ କରିବା ସହ ପିଡିଆ ବିହିନୀ ପନିପରିବା ଓ ଦେଶୀ ଖାଦ୍ୟ ଏମାନଙ୍କ ଫିଟ ପଛର ରହସ୍ୟ ବୋଲି କୁହନ୍ତି ମଉସାମାଉସୀ । ତେବେ ଆଜିକାଲି ୭୦ ପାରେଇବା ଯେଉଁଠି ମୁସ୍କିଲ ହୋଇପଡୁଛି ସେଠି ଶହେ ବର୍ଷର ଏ ଦମ୍ପତ୍ତି ସମସ୍ତଙ୍କ ପାଇଁ ପ୍ରେରଣା ।