ସିସିଟିଭି ଦେଖାଇଲା ବିକ୍ଷୋଭକାରୀଙ୍କ ଅସଲ ଚିତ୍ର : ସିଏଏ ବିକ୍ଷୋଭ ସମୟରେ ପୋଲିସ୍ ନୁହଁ ବରଂ ବିକ୍ଷୋଭକାରୀ ଚଳାଇଥିଲେ ଗୁଳି ,ଚାଲିଯାଇଥିଲା ୬ ଜୀବନ ।

559

ନାଗରିକ ସଂଶୋଧନ ଆଇନ୍ କୁ ବିରୋଧ କରି ଗତ ଶୁକ୍ରବାର ଉତ୍ତରପ୍ରଦେଶର ମେରଠରେ ବିକ୍ଷୋଭକାରୀମାନେ ହିଂସକ ହୋଇପଡିଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ଆଉ ଏ ହିଂସାତ୍ମକ ଭିଡିଓ ଉତ୍ତୋଳନ କରିଛି ସିସିଟିଭି । ବିକ୍ଷୋଭ ସମୟରେ ବିକ୍ଷୋଭକାରୀ ଏତେ ହିଂସକ ହୋଇପଡିଥିଲେ ଯେ ଫାୟାରିଙ୍ଗ୍ କରିବାକୁ ମଧ୍ୟ ପଛାଇ ନଥିଲେ । ପୋଲିସ୍ ଉପରକୁ ଏହି ବିକ୍ଷୋଭକାରୀ ଫାୟାରିଙ୍ଗ୍ କରିବାର ଭିଡିଓ ଏବେ ଭାଇରାଲ୍ ହେଉଛି । ୨୦ ଡିସେମ୍ବରର ଏହି ଭିଡିଓ ମେରଠର ଲିସାଡି ଅଞ୍ଚଳର ବୋଲି ଜଣାପଡିଛି ।

କେବଳ ଏତିକି ନୁହଁ ଲକ୍ଷାଧିକ ଟଙ୍କାର ସରକାରୀ ସଂପତ୍ତିକୁ ମଧ୍ୟ ବିକ୍ଷୋଭକାରୀ କ୍ଷତି ପହଁଚାଇଥିଲେ । ହିଂସା ସମୟରେ ୧୪ ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଦେହରେ ଗୁଳି ବାଜିବା କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଲୋକଙ୍କ ମୃତ୍ୟୁ ପଛରେ ପୋଲିସ୍ ର ହାତ ଥିବା କଥା କୁହାଯାଉଥିଲା । ପୋଲିସ୍ ଗୁଳି ଚଳାଇବା କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଉଥିଲା କିନ୍ତୁ ଏବେ ସତ ଜଣାପଡିବା ପରେ ପୋଲିସ୍ ମୁଣ୍ଡରୁ ଦୋଷାରୋପ ହଟିଯାଇଛି । ମେରଠ ପୋଲିସ୍ ପକ୍ଷରୁ ଏହି ଭିଡିଓକୁ ଟ୍ୱିଟର୍ ହ୍ୟାଣ୍ଡଲରେ ସେୟାର୍ କରାଯାଇଛି । ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଲାଗିପଡିଛନ୍ତି ।