ମୋତେ ଛୁଅନି ମୁଁ କରୋନା ପଜିଟିଭ…ବିଚ୍ ରାସ୍ତାରେ ଉନ୍ମକ୍ତ କାଣ୍ଡ…ମୁଁ କରୋନା ସଂକ୍ରମିତ କହି କାର ଆଗରେ ଶୋଇପଡିଲେ ଯୁବକ

2,794

କନକ ବ୍ୟୁରୋ: ମୋତେ ଛୁଅନି ମୁଁ କରୋନା ପଜିଟିଭ । ଏମିତି କହି ହଠାତ୍ ରାସ୍ତାରେ ଯାଉଥିବା ଏକ କାର ସାମ୍ନାରେ ଶୋଇପଡିଲେ ଯୁବକ । ଚାହୁଁ ଚାହୁଁ ଶୂନଶାନ ରାସ୍ତାଟି ପାଲଟିଗଲା ଜନସମୁଦ୍ର । ଶୁକ୍ରବାର ଦିନ ଏଭଳି କିଛି ଘଟିଥିଲା ଉତର ପ୍ରଦେଶ ମେରଠ ସହରରେ । ଜଣେ ଯୁବକଙ୍କ ଅମାନିଆ କାଣ୍ଡକୁ ନେଇ ପୁଲିସଠାରୁ ଆରମ୍ଭ କରି ସାଧାରଣ ଜନତା ବି ହତବାକ୍ ହୋଇପଡିଥିଲେ ।

ନିଜକୁ କରୋନା ଆକ୍ରାନ୍ତ ବୋଲି କହି ବାରମ୍ବାର ଚିକ୍ରାର କରି ଜଣେ ଯୁବକ ରାସ୍ତା ମଝିରେ ଘଟାଇଥିଲେ ଉତ୍ମକ୍ତ କାଣ୍ଡ । ଆଉ ଯୁବକଙ୍କୁ କାବୁ କରିବା ପାଇଁ ନାକେଦମ ହୋଇଯାଇଥିଲେ ପୁଲିସ କର୍ମଚାରୀ । ତେବେ ଯୁବକ ଜଣଙ୍କ କହିବା କଥା ହେଲାକି, ମୁଁ କୋଭିଡ-୧୯ ଭୁତାଣୁରେ ସଂକ୍ରମିତ ହେଲେ ଏସଂପର୍କରେ ସେ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗ ନିକଟରେ କହିବା ସତ୍ୱେ ବି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେହି ଆସୁନଥିବା ଯୁବକ ଜଣକ ଅଭିଯୋଗ ଆଣିଛନ୍ତି ।

ତେବେ ବେଶ କିଛି ସମୟ ଧରି ଯୁବକ ଜଣକ ଏଭଳି ଉତ୍ପାତ କରିବା ପରେ ପୁଲିସ ଆସି ପହଂଚିଥିଲା ଏବଂ ତାଙ୍କୁ ବୁଝାସୁଝା କରିଥିଲା ହେଲେ ମୋର କୋଭିଡ-୧୯ ପରୀକ୍ଷା ନକଲେ ମୁଁ ଏଠୁ ଉଠିବି ନାହିଁ ବୋଲି ନିଜ ଜିଦରେ ଅଟଳ ଥିଲେ ସଂପୃକ୍ତ ଯୁବକ ଜଣକ । ଏହାପରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲା ପୋଲିସ୍ । ବଡ କଥା ହେଉଛି ଯେତେବେଳେ ତାଙ୍କର ଯାଂଚ କରାଯାଇଥିଲା ସେତେବେଳେ ତାଙ୍କ ଦେହରେ କୋଭିଡ ୧୯ ଭୁତାଣୁ ନଥିବା ସ୍ପଷ୍ଟ କରିଥିଲେ ଡାକ୍ତର । ଅନ୍ୟପଟେ, ସ୍ଥାନୀୟ ଲୋକଙ୍କର କହିବା କଥା ହେଲା କି ଯୁବକ ଜଣକଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ ତେଣୁ ସେ ବିଚ ରାସ୍ତାରେ ଏଭଳି କାଣ୍ଡ ଭିଆଇଛନ୍ତି ।