ମିରଟରୁ ଅଷ୍ଟ୍ରେଲିଆ ଯିବ ବିଘ୍ନ ବିନାଶକଙ୍କ ପ୍ରତ୍ତିମୂର୍ତ୍ତୀ ! ବିଦେଶରେ ପୂଜା ପାଇବେ ଗଜାନନ ।

33

ଗଣେଶ ଚତୁର୍ଥି ଅବସରରେ ମେରଟରେ ତିଆରି କରାଯାଉଥିବା ମୂର୍ତ୍ତୀ ଏବେ ସାତ ସମୁଦ୍ରପାର ଯିବା ପାଇଁ ପ୍ରସ୍ତୁତ ହୋଇଛି । ମେରଟର କମ୍ପାନୀ ୨୫ ହଜାର ଗଣେଶ ମୂର୍ତ୍ତୀକୁ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଅଷ୍ଟ୍ରେଲିଆ ପଠାଇବ । ଏହି ମୂର୍ତ୍ତୀ ଗୁଡିକ ଆଗକୁ ଆସୁଥିବା ଦ୍ୱୀପାବଳିରେ ବ୍ୟବହାର କରାଯିବ । ସବୁଠାରୁ ବଡ କଥା ହେଲା ଏହି ମୂର୍ତ୍ତୀ ଗୁଡିକ ୱାଟରପ୍ରୁଫ୍ ହେବା ସହିତ ଏହି ମୂର୍ତ୍ତୀ ଗୁଡିକ ପରିବେଶ ପାଇଁ ଅନୁକୂଳ ମଧ୍ୟ ହୋଇଥାଏ ।

ମେରଟକୁ ପ୍ଲାଷ୍ଟିକରେ ତିଆରି କରାଯାଉଥିବା ମୂର୍ତ୍ତୀର ଗଡ ବୋଲି କୁହାଯାଇଥାଏ । ବେଦବ୍ୟାସପୁରୀରେ ଆରକେ ହେଡିକ୍ରାପ୍ଟରେ ରାତି ଦିନ ଗଣେଶ ମୂର୍ତ୍ତୀ ତିଆରି କରାଯାଏ । ୧୫୦ରୁ ଅଧିକ କାରୀଗର ପ୍ରତି ମାସରେ ପ୍ରାୟ ୧୦ ହଜାରରୁ ଅଧିକ ମୂର୍ତ୍ତୀ ତିଆରି କରିଥାନ୍ତି । କିନ୍ତୁ ପର୍ବ ପର୍ବାଣୀ ସମୟରେ ଏହି ସଂଖ୍ୟା ବୃଦ୍ଧି ହୋଇ ୨ ଗୁଣା ହୋଇଯାଇଥାଏ । ତେବେ ନିକଟରେ ଅଷ୍ଟ୍ରେଲିଆର ଏକ କମ୍ପାନୀ ମେରଟ କମ୍ପାନୀକୁ ୨୫ ହଜାର ମୂର୍ତ୍ତୀ ପାଇଁ ଅଡର ଦେଇଛି ।

ରାଜସ୍ଥାନର ଧଳା ମାରବଲ ପାଉଡରକୁ ଏକ ରସାୟନରେ ମିଶାଇ ଛାଞ୍ଚରେ ଢଳାଯାଇଥାଏ । ଏହା ପରେ ମୂର୍ତ୍ତୀର ରଙ୍ଗ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ କରୀଗର ନିଜ ହାତରେ ତିଆରି କରିଥାଏ । ଗଣେଶଙ୍କ ସୁଣ୍ଢରେ ଚୀନରୁ ମଗାଯାଇଥିବା ଏକ ଖାସ ରତ୍ନ ଲଗାଯାଇଥାଏ । ଯାହା ଏହି ମୂର୍ତ୍ତୀର ଶୋଭା ବଢାଇଦେଇଥାଏ ।

ଆରକେ ହେଡିକ୍ରାପ୍ଟର ପାର୍ଟନର ଅନିଲ ଶର୍ମାଙ୍କ କହିବା ଅନୁସାରେ, ଅଷ୍ଟ୍ରେଲାଆର ଗୋଟେ କମ୍ପାନୀ ୨୫ ହଜାର ଗଣେଶ ମୂର୍ତ୍ତୀର ଅଡର ଦେଇଛି । ପ୍ରତି ମାସରେ ପ୍ରାୟ ୫ ଟନ ମାରବଲ ପାଉଡର ଖର୍ଚ୍ଚ ହେଉଛି । ଏବଂ ୨୦୧୯ ମସିହା ସୁଦ୍ଧା ୨୫୫ ଲୋକଙ୍କୁ ଏହି କମ୍ପାନୀରେ ରୋଜଗାର ଦେବାର ଲକ୍ଷ ରଖାଯାଇଛି ।