ମେରଠରେ ପ୍ରସବ ପାଇଁ ପହଞ୍ଚିଥିବା ୮୦ ମହିଳା ଏଚଆଇଭି ପଜିଟିଭ। ୩୫ ମହିଳା ଦେଇଛନ୍ତି ଶିଶୁକୁ ଜନ୍ମ

677

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମେରଠରେ ଗତ ୧୬ ମାସରେ ପ୍ରସବ ପାଇଁ ଆସିଥିବା ୬୦ରୁ ୮୦ ଗର୍ଭବତୀ ମହିଳା ଏଚଆଇଭି ପଜିଟିଭ ହୋଇଛନ୍ତି । ଲାଲା ଲାଜପତ ରାୟ ମେଡିକାଲ କଲେଜରେ ପ୍ରସବ ପାଇଁ ଆସିଥିବା ଏହି ମହିଳାମାନେ ଏଚଆଇଭି ସଂକ୍ରମିତ ହୋଇଛନ୍ତି । ସ୍ଥାନୀୟ ମେରଠ ମେଡିକାଲ କଲେଜ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ନଜର ରଖିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଗତ ୧୬ ମାସ ମଧ୍ୟରେ ୬୦ରୁ ୮୦ ଗର୍ଭବତୀ ଏଚଆଇଭି ସଂକ୍ରମିତ ହୋଇଛନ୍ତି ଯେଉଁମାନଙ୍କର ଏଆରଟି ମାଧ୍ୟମରେ ଚିକିତ୍ସା କରାଯାଉଛି ।

ଅଧିକାରୀଙ୍କ କହିବା କଥା ଯେ ସମସ୍ତ ମହିଳାଙ୍କ ଚିକିତ୍ସା ଜାରିରହିଛି । ସେମାନଙ୍କୁ ଔଷଧ ମଧ୍ୟ ଦିଆଯାଉଛି । ସମସ୍ତ ମହିଳା ଏବଂ ଶିଶୁ ସୁସ୍ଥ ଅଛନ୍ତି । ଏଥିରୁ ୩୫ ମହିଳା ଏମିତି ଅଛନ୍ତି ଯେଉଁମାନେ ସନ୍ତାନ ପ୍ରସବ ମଧ୍ୟ କରିଛନ୍ତି । ତେବେ ମେରଠ ମେଡିକାଲ ପ୍ରଶାସନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଏହି ମହିଳାମାନେ କେତେ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ମେରଠର ଲାଲା ଲାଜପତ ରାୟ ମେଡିକାଲ କଲେଜରେ ଏଆରଟି ସେଣ୍ଟରର ତଥ୍ୟ ଅନୁସାରେ ଗତ ୧୬ ମାସରେ ବର୍ତ୍ତମାନ ସୁଦ୍ଧା ୮୧ ଜଣ ମହିଳା ଏଚଆଇଭି ସଂକ୍ରମିତ ହୋଇଛନ୍ତି । ଏଥିରୁ ୩୫ ଜଣ ମହିଳା ପ୍ରଥମରୁ ଏହି ରୋଗରେ ସଂକ୍ରମିତ ଥିଲେ ।