କଟକ ଚୌଦ୍ୱାର ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ମୀରା ମଲ୍ଲିକ । କହିଲେ , ବିଜୟଲାଭ ନେଇ ରହିଛି ଦୃଢ଼ ବିଶ୍ୱାସ ।

178

କନକ ବ୍ୟୁରୋ: କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନରୁ ମୀରା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ମୀରା ମଲ୍ଲିକ ନିଆଳିର ପୂର୍ବତନ କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ରବି ମଲ୍ଲିକଙ୍କ ବୋହୂ । ଟିକେଟ ମିଳିବା ପରେ ସେ କହିଛନ୍ତି ଯେ, ଚୌଦ୍ୱାର-କଟକରେ କଂଗ୍ରେସ ଦଳ ତୃଣମୂଳ ସ୍ତରରୁ ଏକଜୁଟ ଅଛି । ତେଣୁ ସେ ବିଜୟଲାଭ କରିବେ ବୋଲି ଦୃଢ଼ ବିଶ୍ୱାସ ରହିଛି ବୋଲି କହିଛନ୍ତି ମୀରା ।