କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ମା’ ମଙ୍ଗଳା ମିନା ବଜାର ସଂଘର ଧାରଣା । ସେହିପରି ମଥୁରା କେକ୍, ଲଙ୍କା ଚପ୍ ବେପାରୀ, ରାମ ଦୋଳି ବ୍ୟବସାୟୀ ମାନେ ଦୋଳି ଲଗାଇ ଧାରଣାରେ ବସିଛନ୍ତି । କରୋନା କାଳରୁ ତାଙ୍କ ବେପାର ବନ୍ଦ ରହିଛି । ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି । ତେଣୁ ସରକାର ସବୁ କଟକଣା କୋହଳ କରିଥିବା ବେଳେ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ସୁଯୋଗ ମିଳୁନଥିବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଛନ୍ତି ବ୍ୟବସାୟୀ ସଂଘ । ତେଣୁ ସରକାର ତଙ୍କ ପାଇଁ କିଛି ବାଟ କରିବା ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ମିନା ବଜାର ବ୍ୟବସାୟୀ ସଂଘ । ଦାବି ପୁରଣ ନହେଲେ ଆମରଣ ଅନସନ କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
ଭୁବନେଶ୍ୱର ଲୋୟର ପିଏମଜିରେ ମା’ ମଙ୍ଗଳା ମିନା ବଜାର ସଂଘର ଧାରଣା : ରାମ ଦୋଳି ଲଗାଇ ଧାରଣାରେ ବସିଲେ ମଥୁରା କେକ୍ ଓ ଲଙ୍କା ଚପ୍ ବେପାରି
/kanak/media/post_attachments/wp-content/uploads/2021/03/20-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)