ବଲିଉଡରେ ପୁଣି ଏକ ମି ଟୁ ଅଭିଯୋଗ ! ଏହି ଲୋକପ୍ରିୟ ଅଭିନେତାଙ୍କ ଉପରେ ଅଭିଯୋଗ ଆଣିଲେ ପୂର୍ବ ମିସ୍ ଇଣ୍ଡିଆ ।

ବଲିଉଡରେ ପୁଣି ଏକ ମି ଟୁ ଅଭିଯୋଗ ! ଏହି ଲୋକପ୍ରିୟ ଅଭିନେତାଙ୍କ ଉପରେ ଅଭିଯୋଗ ଆଣିଲେ ପୂର୍ବ ମିସ୍ ଇଣ୍ଡିଆ ।

Bollywood Bubble

ବଲିଉଡରେ ମି ଟୁ କ୍ୟାମ୍ପେନରେ କେତେକ ବଲିଉଡ ତାରକା,ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ଏବେ ଏହି କ୍ରମରେ ସାମିଲ ହୋଇ ଯାଇଛନ୍ତି ଅଭିନେତା ନବାଜୁଦ୍ଦିନ ସିଦ୍ଦିକ । ମି ଟୁ ଅଭିଯାନ ଦ୍ୱାରା ନବାଜୁଦ୍ଦିନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀ ତଥା ପୂର୍ବ ମିସ ଇଣ୍ଡିଆ ନିହାରିକା ସିଂ ନିଜ ସହିତ ହୋଇଥିବା ଯୌନ ଉତ୍ପୀଡ଼ନ ବିଷୟରେ ନିଜ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ସଂଦ୍ଧ୍ୟା ମେନନ ନିହାରିକା ସିଂଙ୍କ ଦ୍ୱାରା ଲେଖାଯାଇଥିବା ଏକ ନୋଟକୁ ନିଜ ଅଫିସିଆଲ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି ।

publive-image

ନିହାରିକାଙ୍କ କହିବା ଅନୁସାରେ ଭୂଷଣ କୁମାର ତାଙ୍କୁ ‘ଏ ନ୍ୟୁ ଲଭ ଷ୍ଟୋରୀ’ରେ ସାଇନ କରିଥିଲେ ।ରାତିରେ ତାଙ୍କୁ ଭୂଷଣ ମେସେଜ କଲେ, ଯେଉଁଥିରେ ଲେଖାଥିଲାଯେ ମୁଁ ତୁମକୁ ଅଧିକ ଜାଣିବାକୁ ଚାହୁଁଛି ।ଏହା ସହିତ ଏକା ସାଙ୍ଗରେ କିଛି ସମୟ ବିତାଇବାକୁ ଆପ୍ରୋଚ କରିଥିଲେ । ପ୍ରତ୍ତ୍ୟୁତରରେ ନିହାରିକା ଲେଖିଥିଲେଯେ ନିହାତି ଭାବରେ ଡବଲ ଟେଡରେ ଯିବା,ଆପଣ ଆପଣଙ୍କ ପତ୍ନୀକୁ ଆଣନ୍ତୁ ଏବଂ ମୁଁ ମୋ ବଏଫ୍ରେଣ୍ଡ ସହିତ ଯିବି ।ଏହାପରେ ଭୂଷଣ କୁମାରଙ୍କ ତରଫରୁ କୌଣସି ଉତ୍ତର ଆସିନଥିଲା । ଏହାପରେ ନିହାରିକା ନବାଜୁଦ୍ଦିନଙ୍କ ଉପରେ ଆରୋପ ଲଗାଇ କହିଛନ୍ତିଯେ,ଦୁଇଜଣଙ୍କର ଲଭଲୀ ସେଟରେ ସାକ୍ଷାତ ହୋଇଥିଲା ।ଥରେ ମୁଁ ଘରେ ଥିଲି ଏବଂ ନବାଜ ସୁଟିଂରୁ ଫେରିଥିଲେ ଏବଂ ମୁଁ ତାଙ୍କୁ ବ୍ରେକଫାଷ୍ଟ ପାଇଁ ଡାକିଥିଲି୍ୱୁଁ ଗେଟ ଖୋଲିବା ମାତ୍ରେ ସେ ମୋତେ କୁଣ୍ଢାଇ ପକାଇଲେ । ମୁଁ ଦୂରକୁ ଯିବାକୁ ଚେଷ୍ଟା କଲି କିନ୍ତୁ ସେ ମୋତେ ଛାଡ଼ିଲେ ନାହିଁ ।ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ୨୦୦୫ରେ ନିହାରିକା ମିସ ଇଣ୍ଡିଆ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe