କନକ ବ୍ୟୁରୋ : ବୁର୍ଲା ଭିମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ । ଗଣ୍ଡଗୋଳରେ ଜଣେ ଡାକ୍ତରୀ ଛାତ୍ର ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Advertisment

ସୂଚନା ଅନୁସାରେ ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହେବା ସହ ଜଣେ ପିଜି ଡାକ୍ତର ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।