କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି ରାୟଗଡା ଜିଲ୍ଲା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଡ୍ରୋନରେ ପରିବହନ ହେବ ଜୀବନ ରକ୍ଷାକାରୀ ଔଷଧ । ଯାହାକୁ ପରିକ୍ଷାମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତରଖାନାକୁ ଔଷଧ ପଠାଯାଇଛି । ଏହାଦ୍ୱାରା ସମୟ ଅପଚୟ ସହ ରୋଗୀଙ୍କୁ ଖର୍ଚ୍ଚାନ୍ତରୁ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ ।

Kanak News is now on WhatsApp
Join and get latest news updates delivered to you via WhatsApp
ବାରିଝୋଲା ସ୍ଥିତ ମୂଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରେଡୱିଙ୍ଗ ଭଳି ଅଗ୍ରଣି ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ସ୍ୱାସ୍ଥ୍ୟସେବା ଡ୍ରୋନ ବିତରଣ ନେଟୱାର୍କର ଶୂଭାରମ୍ଭ କରାଯାଇଛି । ଏହାକୁ ଅନୁସୂଚିତ ଜାତି ଓ ଜନଯାତି ଉନ୍ନୟନ ଓ ସଂଖ୍ୟାଲଘୁ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଏହି ଡ୍ରୋନ୍ ୧ କେଜି ୫୦୦ ଗ୍ରାମ ଓଜନର ଔଷଧ ବୋହିନେଇପାରିବାର କ୍ଷମତା ରଖିଛି । ଆଜି ଦୀର୍ଘ ୪୫ କିମି ଗୁଡାରୀ ଡାକ୍ତରଖାନାକୁ ମାତ୍ର ୩୫ ମିନିଟରେ ଔଷଧ ପହଞ୍ଚଇପାରିଛି ଏହି ଡ୍ରୋନ । ଏହାଦ୍ୱାରା ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଅଧିକ ଖର୍ଚ୍ଚାନ୍ତରୁ ଏବଂ ସମୟ ଅପଚୟରୁ ରକ୍ଷାପାଇପାରିବେ ବୋଲି କୁହାଯାଉଛି ।