କନକ ବ୍ୟୁରୋ : ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ଡାକରାରେ ରାଜ୍ୟରେ ଆସନ୍ତାକାଲି ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ଇ-ଫାର୍ମାସି ଓ ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପି. ସତ୍ୟ ନାରାୟଣ କହିଛନ୍ତି, ଅନଲାଇନ ବ୍ୟବସାୟ କେବଳ ବାଣିଜ୍ୟିକ ଦୃଷ୍ଟିକୋଣରୁ ନୁହେଁ ବରଂ ଲୋକଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ।

Advertisment

publive-imageଏହି ପ୍ରସ୍ତାବକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରାଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ମଧ୍ୟ ସରକାର କୌଣସି ଦୃଷ୍ଟି ନ ଦେବାରୁ ସର୍ବଭାରତୀୟସ୍ତରରେ ଔଷଧ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବନ୍ଦରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ପରିସରରେ ଔଷଧ ଦୋକାନ ଖୋଲା ରହିବ।

publive-imageଆଗାମୀ ଦିନରେ ଯଦି ସରକାର ଏଥିପ୍ରତି ଗୁରୁତ୍ୱ ନ ଦିଅନ୍ତି ତେବେ ପରିଣାମ ଭୟାନକ ହେବ ବୋଲି ଶ୍ରୀ ସତ୍ୟ ନାରାୟଣ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଂପାଦକ ବନୋଜ ଜେନା, ପ୍ରଗତି ରଂଜନ ମହାନ୍ତି, ହୃଷିକେଶ ମିଶ୍ର, ଜ୍ଞାନରଂଜନ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।