ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ ଦେଲା ରେଡ୍ ସିଗନାଲ । ଗୁଣବତା ପରୀକ୍ଷାରେ ଫେଲ୍ ମାରିଲା ୫୦ଟି ଔଷଧ

165

କନକ ବ୍ୟୁରୋ : ଗୁଣବତା ପରୀକ୍ଷାରେ ଫେଲ ମାରିଲା ୫୦ଟି ଔଷଧ । ନିକଟରେ ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅରଗାଇନେଜନନିକଟରେ ଔଷଧର ଗୁଣବତାକୁ ପରଖିବା ପାଇଁ ଷ୍ଟାଣ୍ଡାର୍ଡ ଟେଷ୍ଟ କରିଥିଲା । ଅକ୍ଟୋବର ମାସରେ ଦେଶର ବିଭିନ୍ନ ଲାବ୍ରୋଟୋରୀରେ ଏହି ଟେଷ୍ଟ କରାଯାଇଥିଲା । ଯେଉଁଥିରେ ୧୨୮୦ ଔଷଧର ଗୁଣବତା ପରୀକ୍ଷାରେ ସାମିଲ ହୋଇଥିଲେ । ଏଥିରେ ୫୦ ଔଷଧ ଗୁଣବତା ପରୀକ୍ଷାରେ ଫେଲ ହୋଇଛନ୍ତି ।

ଫେଲ ମାରିଥିବା ଏହି ଔଷଧ ଗୁଡିକ ହରିଆଣା, ଆସାମ, ବିହାର, ଗୁଜରାଟ, ଉତରପ୍ରଦେଶ,ଝାଡଖଣ୍ଡ ଓ ଉତରାଖଣ୍ଡରେ ଉତ୍ପାଦନ କରାଯାଉଥିବା ଜଣାପଡିଛି । ଏଥିମଧ୍ୟରୁ ୧୧ଟି ଔଷଧ କେବଳ ଉତରାଖଣ୍ଡର ରହିଛି । ସଂସ୍ଥା କହିଛି ଫେଲ ମାରିଥିବା ୫୦ଟି ଔଷଧ ନିର୍ଦ୍ଦାରିତ ମାନଦଣ୍ଡରେ ପହଞ୍ଚିପାରିନି ତେଣୁ ଫେଲ ହୋଇଛି  । ତେବେ ଗୁଣବତାରେ ଫେଲ ମାରିଥିବା ଔଷଧଗୁଡିକର କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅରଗାଇନେଜନ । କେବଳ ସେତିକି ନୁହେଁ ଯେଉଁ ଦୋକାନ ବା ଷ୍ଟୋର ରୁମରେ ଏହି ଔଷଧ ଗୁଡିକ ଷ୍ଟକ ରହିଛି ସେଗୁଡିକୁ ତୁରନ୍ତ ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ଜୁନ ମାସରେ ୨୬, ଜୁଲାଇରେ ୫୩, ଅଗଷ୍ଟରେ ୪ ଓ ସେପ୍ଟେମ୍ବର ମାସରେ ୫୯ ଔଷଧର ସାମ୍ପୁଲକୁ ନେଇ ଗୁଣବତା ପରୀକ୍ଷା କରିଥିଲା ।

ଫେଲ ହୋଇଥିବା ଅଧିକାଂଶ ଔଷଧ ମଧ୍ୟରେ ରହିଛି ଆଟିଂବାୟୋଟିକ, ମୁଣ୍ଡ ବିନ୍ଧା, ବାନ୍ତି, ଭିଟାମିନ଼ ଔଷଧ ରହିଛି । ଲାଇଫ ସେଭିଂ ଡ୍ରଗ୍ସ, କିଛି ଇଂଜେକସନ, ନିତିଦିନିଆ ଔଷଥ ପାରାସିଟାମଲ ଓ ଡାଇକୋୱିନ ପ୍ଲସ ମଧ୍ୟ ରହିଛି । ଇଣ୍ଡିଆନ ମେଡିକାଲ ଆସୋସିଏସ କହିଛି ଦେଶରେ ଏଭଳି ଯଦି ଔଷଧ ଗୁଡିକ ନିଜର ଗୁଣବତା ହରାଇବେ ତେବେ ଏହା ଚିନ୍ତାର ବିଷୟ ନିଶ୍ଚୟ । କାରଣ ଔଷଧ ଗୁଡିକର ଗୁଣବତା ୧୦୦ ପ୍ରତିଶତ ଠିକ ରହିବା ଉଚିତ ।