କନକ ବ୍ୟୁରୋ: ଆର ମାସ ତଥା ଏପ୍ରିଲ ୧ ତାରିଖରୁ ମହଙ୍ଗା ହୋଇଯିବ ଅନେକ ମେଡିସିନ୍ ଦର । ପାଖାପାଖି ୮୦୦ ପ୍ରକାରର ମେଡିସିନ ଦର ୧୨ ପ୍ରତିଶତ ଲେଖାଏଁ ବଢିବ ।

Advertisment

ପେନ୍ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଇନଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କୀତ ଔଷଧ ଗୁଡିକର ମୂଲ୍ୟ ଏପ୍ରିଲ ୧ ତାରିଖରୁ ମହଙ୍ଗା ହୋଇଯିବ । ଔଷଧଗୁଡିକର ଦର ସାଧାରଣତଃ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଥରିଟି ଧାର୍ଯ୍ୟ କରେ । ଗତବର୍ଷ ଏନପିପିଏ ଔଷଧଗୁଡିକର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି କରିଥିଲା । ପ୍ରତିବର୍ଷ ହୋଲେସେଲ ଦର ଇଣ୍ଡେକ୍ସ ଆଧାରରେ ଧାର୍ଯ୍ୟ କରାଯାଏ । ତେବେ ଔଷଧ ଗୁଡକିର ମୂଲ୍ୟ ବୃଦ୍ଧି ହେଲେ ସବୁ ବର୍ଗର ଲୋକେ ପ୍ରଭବିତ ବୋଲି ବୋଲି ମତ ପ୍ରକାଶ ପାଇଛି ।