ସମାଜରେ ଏଭଳି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କ ପରିଚୟ ଆଭିଜାତ୍ୟ କିମ୍ବା ପ୍ରତିଷ୍ଠିତ ଚେହେରାରୁ ନୁହଁ ବରଂ ତାଙ୍କ କାମରୁ ଜଣା ପଡିଥାଏ । ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ୮୦ ବର୍ଷୀୟ ଓମକାର ନାଥ ଶର୍ମା । ଦିଲ୍ଲୀରେ ରହୁଥିବା ଓମକାର ନିଜ ପରୋପକାରିତା ଏବଂ ସତ୍ କର୍ମ ପାଇଁ ଲୋକପ୍ରିୟ ହୋଇପାରିଛନ୍ତି । ନିଜ ପରିଚୟ ଠୁ ବଳି ସେ ମେଡିସିନ୍ ବାବା ନାମରେ ଖୁବ୍ ଜଣାଶୁଣା । ସାତ ବର୍ଷରୁ ଅଧିକ ସମୟ ଧରି ସେ ଲୋକଙ୍କ ସେବା କରି ଆସୁଛନ୍ତି । ଘର ଘର ବୁଲି ସେ ମେଡିସିନ୍ ପଇଠ କରନ୍ତି ।
ଲୋକ ଦରକାର ଅନୁସାରେ ଅଧିକ ସଂଖ୍ୟାରେ ମେଡିସିନ୍ କିଣିନିଅନ୍ତି ଏବଂ ତାହା ସାଇତା ରହି ରହି ଔଷଧର ଏକ୍ସପାୟାର୍ ଡେଟ୍ ହୋଇଯାଏ । ଯାହାକୁ ପରମୁହୂର୍ତ୍ତରେ ବ୍ୟବହାର କରାନଯାଇପାରି ଫୋପଡାଯାଏ । କିନ୍ତୁ କିଛି ଲୋକ ଅଛନ୍ତି ଯେ ଔଷଧ ନ କିଣି ପାରି ଜୀବନ ହାରୁଛନ୍ତି । ଏଭଳି ସ୍ଥଳେ ଏହି ନିଃସହାୟ ଲୋକଙ୍କ ପାଇଁ ଓମକାର ଭଗବାନଙ୍କ ବରଦାନ ସଦୃଶ କାମ କରୁଛନ୍ତି ।
ଆର୍ଥୀକ କ୍ଷେତ୍ରରେ ସବଳ ଥିବା ଲୋକଙ୍କ ଠାରୁ ମେଡିସିନ୍ ପଇଠ କରି ସେ ଗରିବ ଗୁରୁବାଙ୍କୁ ମାଗଣାରେ ଏହି ମେଡିସିନ୍ ପ୍ରଦାନ କରିଥାନ୍ତି । ସପ୍ତାହରେ ଦୁଇଥର ସେ ଏହି ମେଡିସିନ୍ ପଇଠ କରିବା ପାଇଁ ଘର ଘର ବୁଲନ୍ତି ଏବଂ ଅନ୍ୟ ଚାରି ଦିନ ସେ ନିଜର ଏକ ମାଗଣା ଦୋକାନରେ ଏହି ମେଡିସିନକୁ ରଖି ଲୋକଙ୍କୁ ଫ୍ରିରେ ଏହି ମେଡିସିନ୍ ଯୋଗାଇ ଦିଅନ୍ତି । ତାଙ୍କର ଏହି ସହୃଦୟତା ଏବଂ ମାନବିକତା ଭଳି କାର୍ଯ୍ୟ ପାଇଁ ସେ ଏବେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/Medicine-Baba.jpg)