ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ଲାଗି ଚାଲିଛି ଅପରେସନ ! ଡିଜିପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

295

କନକ ବ୍ୟୁରୋ : ଡାକ୍ତରଖାନାକୁ ଦଲାଲ୍ ମୁକ୍ତ କରିବା ପାଇଁ ଏବେ ଦଲାଲଙ୍କ ଉପରେ ଏକ ବଡ଼ ଧରଣର ଅପରେସନ୍ ଚାଲିଛି । ଗୁରୁବାର ୮ଟି ଜିଲ୍ଲାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱରରେ ୪ ଜଣ, ସମ୍ବଲପୁରେ ୫ଜଣ , ବଲାଙ୍ଗୀର ୫ଜଣ, ଭଦ୍ରକରେ ୪, ମୟୁରଭଞ୍ଜରେ ୩, ରାଉରକେଲାରେ ୪ ଜଣ, ବାଲେଶ୍ୱରରେ ୩ ଜଣ ଏବଂ ନବରଙ୍ଗପୁରରେ ୨ ଜଣ ଦଲାଲଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ତଦନ୍ତ ଚାଲିଛି । ମଧ୍ୟସ୍ତି ବା ଦଲାଲ ମାନଙ୍କ ସହ ନର୍ସିଂହୋମ ଏବଂ ଡାଇଗ୍ନୋସିଷ୍ଟିକ୍ ସେଂଟର ସହ ଏମାନଙ୍କର କ’ଣ ସଂପର୍କ ରହିଛି । ଡିଜି ପୁଲିସଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି ।

ଦଲାଲଙ୍କ ଦ୍ୱାରା ସାଧାରଣ ରୋଗୀଙ୍କୁ ଠକାଯାଉଛି । ତେଣୁ ପ୍ରତିଦିନ ହସ୍ପିଟାଲରୁ ରିପୋର୍ଟ ନିଆଯିବ ଦଲାଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପୁଲିସ ପରେ ଏବେ ଡାକ୍ତରଖାନାରେ ନଜର ରଖାଯାଇଛି । ସରକାର ଯେତେବେଳେ ମୋ ସରକାର ଯୋଜନା ଆରମ୍ଭ କରୁଛନ୍ତି, ସେତେବେଳେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଉଚିତ । ଦଲାଲି ରାଜକୁ ବନ୍ଦ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି ଏଥିପାଇଁ ଏହା ସ୍ୱାଗତ ଯୋଗ୍ୟ । କାରଣ ବିନା ମୂଲ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନକରି କୌଣସି ମତେ ଘରୋଇ ଡାକ୍ତରଖାନାକୁ ନେବା ପାଇଁ ଦଲାଲମାନେ ରୋଗୀଙ୍କୁ ପ୍ରୋତ୍ସାହିତ କରିଥାନ୍ତି ।

Comments are closed.