କନକ ବ୍ୟୁରୋ: ଅପହଂଚ ଇଲାକାରେ ଡାକ୍ତରୀ ଦଳ । ବଣ ପାହାଡ ଘେରା ଦୁର୍ଗମ ରାସ୍ତା ପାର କରି ଲୋକଙ୍କ ପାଖରେ ପହଂଚିଛନ୍ତି ଡାକ୍ତରୀ ଦଳ । ତେବେ ସେବା ପାଇଁ ଏଭଳି ସମର୍ପିତ ମାନସିକତା ଦେଖାଇଛନ୍ତି ମାଲକାନଗିରି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରୀ ଦଳ । ୪ ଜଣିଆ ଡାକ୍ତରୀ ଦଳ ମାଓ ଉପଦ୍ରୁତ ତୁଳସୀ ପାହାଡରେ ପହଂଚି ଯୋଗାଇଛନ୍ତି ସ୍ୱାସ୍ଥ୍ୟ ସେବା ।

Advertisment

publive-image

୧୦ଟି ପାହାଡ ଡେଇଁ ପାଖାପାଖି ୧୫ କିଲୋମିଟର ଚାଲି ଚାଲି ଯାଇ ଲୋକଙ୍କୁ ସେବା ଯୋଗାଇଛନ୍ତି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ । ତେବେ ମାଲକାନଗିରିରେ ଅଜଣା ରୋଗ ବ୍ୟାପୁଥିବା ବେଳେ ଡାକ୍ତରୀଟିମ୍ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଗାଁରେ ଶିଶୁ ଆକ୍ରାନ୍ତ ହେବା ଖବର ପାଇ ଏହି ଡାକ୍ତର ଟିମ ସେଠାରେ ପହଂଚି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଇଛନ୍ତି ।