ପ୍ରସିଦ୍ଧ ଲେଖକ ମନୋଜଙ୍କ ସ୍ୱାସ୍ଥ୍ୟର ତଦାରଖ ପାଇଁ ପଡୁଚେରୀ ଗଲା ରାଜ୍ୟ ସରକାରଙ୍କ ଏକ ଟିମ : ଅପରାହ୍ନରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ

କିଛି ଦିନ ହେବ ଅସୁସ୍ଥ ଅଛନ୍ତି ମନୋଜ ଦାସ

51

କନକ ବ୍ୟୁରୋ : ଅସୁସ୍ଥ ଅଛନ୍ତି ପ୍ରସିଦ୍ଧ ଲେଖକ ମନୋଜ ଦାସ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ଅନୁସନ୍ଧାନ କରିବା ପାଇଁ ପଣ୍ଡିଚେରୀ ଗଲେ ରାଜ୍ୟ ସରକାରଙ୍କ ଏକ ଟିମ୍ । ଡାକ୍ତର ବିରଂଜି ନାରାୟଣ ମହାପାତ୍ର ପଣ୍ଡିଚେରୀରେ ପହଂଚି ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

ଏହା ସହ ସେଠାକାର ଡ଼ାକ୍ତରୀ ଟିମ୍ ସହ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଆଲୋଚନା କରିଛନ୍ତି । ଏନେଇ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସାଙ୍ଗକୁ ହାତ ଭାଙ୍ଗିଯିବା ଯୋଗୁଁ ସେ ଗତ ପ୍ରାୟ ୩ ମାସ ହେବ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

Comments are closed.